ବ୍ରାହ୍ମଣୀ ନଦୀକୁ ଡେଇଁ ମହିଳା ଗୁରୁତର

ରାଉରକେଲା: ବ୍ରାହ୍ମଣୀ ପୋଲରୁ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଜଣେ ମହିଳା। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ପଠାଯାଇଛି। ପାରିବାରିକ କଳହରୁ ମହିଳା ଜଣକ ଏଭଳି କାଣ୍ଡଭିଆଇଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଅନୁମାନ କରୁଛି।

ଆଜି ପୂର୍ବାହ୍ନ ପ୍ରାୟ ୧୧ଟାରେ ପାନପୋଷ ବ୍ରାହ୍ମଣୀ ପୋଲ୍‌ ଫୁଟପାଥ୍‌ରେ ଏକାକୀ ଛିଡା ହୋଇଥିଲେ। ହଠାତ୍‌ ପୋଲର ବାଡ ଉପରୁକୁ ଚଢ଼ି ବ୍ରାହ୍ମଣୀ ନଦୀକୁ ଡେଇଁ ପଡିଥିଲେ। ପାଣିରେ ବୁଡିଯାଉଥିବା ଦେଖି କିଛି ଲୋକ ଉଦ୍ଧାର କରିବାକୁ ନଦୀ ଭିତରକୁ ପଶିଥିଲେ। ନଦୀରୁ ଉଦ୍ଧାର କରି ଆର୍‌ଜିଏଚ୍‌କୁ ପଠାଇଥିଲେ। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ସମ୍ବଲପୁର ବୁର୍ଲା ପଠାଯାଇଛି।

 

 

ସମ୍ବନ୍ଧିତ ଖବର