ସହରରେ ବଢିଲା କରୋନା ସଂକ୍ରମଣ ଭୟ, ଲୋକଙ୍କୁ ମାସ୍କ ବାଣ୍ଟିଲେ ମହିଳା ସ୍ବେଚ୍ଛାସେବୀ

ରାଉରକେଲା: ମାଡିଆସୁଛି ମହାମାରୀର ଦ୍ବିତୀୟ ଲହରୀ। ସାରା ରାଜ୍ୟରେ ବର୍ତ୍ତମାନ ସମାନ ସ୍ଥିତି l ଆସନ୍ତାକାଲିଠୁ ୧୦ଟି ଜିଲ୍ଲାରେ ରାତ୍ରିକାଳୀନ କର୍ଫ୍ୟୁ। ତଥାପି ଜନସାଧାରଣ ବେଫିକର କୌଣସି ସଚେତନତା ମାନୁନାହାନ୍ତି। ପ୍ରତିଦିନ କିନ୍ତୁ କରୋନା ଗ୍ରାଫ ବଢ଼ି ବଢ଼ି ଚାଲିଛି ଏଭଳି ଅବସ୍ଥା ରାଉରକେଲା  ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି l ସାଧାରଣ ଜନତା ସାମାଜିକ ଦୂରତ୍ୱକୁ ଏକ ପ୍ରକାର ମାନିବାକୁ ନାରାଜ। ଏଭଳି ସ୍ଥିତିରେ ପ୍ରଶାସନ କୁ ସହଯୋଗ କରିବାକୁ ହାତ ବଢ଼େଇଛନ୍ତି ସମାଜସେବୀ ତଥା ବିଜେପି ନେତ୍ରୀ ନୂତନ ଦୀପ। ସେ ଆଜି ପାନପୋଷ ହାଟ, ଉଦିତନଗର ଛକ, ରେଲୱେ କଲୋନିଠାରେ ଲିଫ୍ଟଲେଟ ମାଧ୍ୟମରେ ସଚେତନତା କରେଇବା ସହ ସାଧାରଣ ଜନତା, ପରିବା ବିକାଳୀ, ଠେଲା ଦୋକାନି, ପଥଚାରିଙ୍କୁ ମାସ୍କ ବାଣ୍ଟିବା ସହ କରୋନା ସଚେତନତା ପାଇଁ ଅନୁରୋଧ କରି ପ୍ରଶାସନକୁ ସହଯୋଗ ପାଇଁ ଅନୁରୋଧ କରିବା ସହ ମାସ୍କ ବ୍ୟବହାର କରିବାକୁ କହିଥିଲେ।

ସୂଚନାଯୋଗ୍ୟ ଓଡ଼ିଶାର ୧୦ଟି ଜିଲ୍ଲାରେ ରାତ୍ରିକାଳନୀ କର୍ଫ୍ୟୁ ଲାଗୁ ନେଇ ଗତକାଲି ନିର୍ଦ୍ଦେଶନାମା ଜାରି ହୋଇଛି। କରୋନା ସଂକ୍ରମଣ ଦିନକୁ ଦିନ ପୁଣି ବଢୁଥିବା ବେଳେ ରାଜ୍ୟ ସରକାର ରାତ୍ରିକାଳନୀ କର୍ଫ୍ୟୁ କଟକଣା ଜାରି ଲାଗି ନିଷ୍ପତ୍ତି ନେଇଛନ୍ତି । ଏହି ଜିଲ୍ଲାଗୁଡିକ ମଧ୍ୟରେ ରହିଛି ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, ମାଲକାନଗିରି ଏବଂ କୋରାପୁଟ। ୫ ତାରିଖ ଅର୍ଥାତ ସୋମବାରଠାରୁ ଏହି କଟକଣା ଲାଗୁହେବ । ରାତି ୧୦ଟାରୁ ସକାଳ ୫ଟା ଯାଏଁ ରାତ୍ରିକାଳନୀ କର୍ଫ୍ୟୁ ବଳବତ୍ତର ରହିବ। ଏହି ସମୟରେ ଅତ୍ୟାବଶ୍ୟକ ସେବାକୁ ଛାଡିଦେଲେ ଅନ୍ୟ ସବୁ କିଛି ବନ୍ଦ ରହିବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର