ନିଶାଦ୍ରବ୍ୟ ହାଟରେ ବିକ୍ରି ବନ୍ଦ ନେଇ ମହିଳାଙ୍କ ରାଲି

ମାଲକାନଗିରି: ମାଲକାନଗିରି ବ୍ଲକ ଅନ୍ତର୍ଗତ ମାର୍କାପାଲୀ ସୋମବାର ହାଟରେ ମାଦକ ଦ୍ରବ୍ୟ ବିକ୍ରି ବଟାକୁ ସଂପୂର୍ଣ୍ଣ ବନ୍ଦ କରିବା ନେଇ ଆଜି ମା’ଘର ଶାନ୍ତିସେନା ଏବଂ ମିଳିତ ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଆଜି ହାଟରେ ରାଲି କରିବା ସହ ପ୍ରଶାସନକୁ ସଜାଗ କରିଛନ୍ତି। ମାଲକାନଗିରି ଜିଲ୍ଲାର ସାପ୍ତାହିକ ହାଟ ଗୁଡିକରେ ମାଦକ ଦ୍ରବ୍ୟ ବିକ୍ରି କରାଯାଉଥିବାରୁ ଆଦିବାସୀ ଭାଇମାନେ ହାଟବଜାର ନକରି ସେହି ଟଂକାରେ ମଦ ପିଇ ମାତାଲ ହେଉଥିବା ଅଭିଯୋଗ ହୋଇଛି। ମଦ ପିଇବା ସହ ଘରେ ଗଣ୍ଡଗୋଳ କରିବା ସହ ମାରପିଟ ମଧ୍ୟ କରୁଛନ୍ତି। ଯାହା ଦ୍ବାରା ପରିବାରରେ ଅଶାନ୍ତି ମଧ୍ୟ ବଢୁଛି। ତେଣୁ ହାଟ ବଜାରରେ ମଦ ବିକ୍ରିକୁ ସଂପୂର୍ଣ୍ଣ ବନ୍ଦ କରିବା ପାଇଁ ମହିଳା ମାନେ ଅଣ୍ଟା ଭିଡିଛନ୍ତି।

କେବଳ ମାର୍କାପାଲୀ ନୁହେଁ ଜିଲ୍ଲାର ସମସ୍ତ ହାଟ ବଜାରରେ ନିଶାକୁ ସଂପୂର୍ଣ୍ଣ ମୁକ୍ତ କରିବା ଆମର ଦାବି ବୋଲି ମହିଳା ମାନେ ସ୍ଲୋଗାନ ଦେଇ ଏକ ବିରାଟ ରାଲିରେ ବାହାରିଥିଲେ। ଯାହାକୁ ସାଧାରଣରେ ପ୍ରଶଂସା କରାଯିବା ସହ ସ୍ବାଗତ କରାଯାଇଛି। ମା’ଘର ଶାନ୍ତିସେନା ତରଫରୁ ସଭାପତି ପ୍ରଶାନ୍ତି ବିଷୋୟୀ, ସଂପାଦିକା ଦୁଲାଲି ଥଣ୍ଡର, ମାନସୀ, ସୀମା ସମେତ ସ୍ବୟଂ ସହାୟକ ଗୋଷ୍ଠୀର ଶତାଧିକ ମହିଳା ଏହି ରାଲିରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର