କୁତ୍ରା: ମାତ୍ର ଦେଢ଼ଶହ ଟଙ୍କା ପାଇଁ ମହିଳାଙ୍କ ତଣ୍ଟିରେ ପାଦ ରଖି ମାରିଦେଲା ଯୁବକ

କୁତଆ: ମାତ୍ର ଦେଢ଼ ଶହ ଟଙ୍କା ପାଇଁ ଜଣେ ମହିଳାଙ୍କ ବେକରେ ପାଦ ଚିପି ତାଙ୍କୁ ହତ୍ୟା କରିଛି ଯୁବକ। ଗାଁ ଲୋକଙ୍କ ଆଖି ସାମ୍ନାରେ ମହିଳାଜଣଙ୍କୁ ହତ୍ୟା କରି ଖସିଯିବାକୁ ଚେଷ୍ଟା କରୁଥିବା ଯୁବକଙ୍କୁ ଗିରପ କରିଛି ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ପୁଲିସ।
ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସୁଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଜୋଉରମୁଣ୍ଡା ନେରାପଡ଼ା ଗ୍ରାମର କଲରା ବାଗେ(୬୦ ଟଙ୍କା)ଙ୍କ ଠାରୁ ଚାଷ କାମ କରିବା ପାଇଁ ଦେଢ଼ଶହ ଟଙ୍କା ନେଇଥିଲା ସେହି ଗ୍ରାମର ସରୋଜ ଡୁଙ୍ଗଡୁଙ୍ଗ(୪୦ ବର୍ଷ)। ମାତ୍ର କଲାରା ବାଗେ ଯେତେ କହିଲେ ମଧ୍ୟ ସରୋଜ ତାଙ୍କ କାମ କରି ନ ଥିଲା କିମ୍ବା ଟଙ୍କା ଫେରାଇ ନ ଥିଲା। ଗତକାଲି କଲାରା ବେଗେ ପୁଣି ଟଙ୍କା ମାଗିବାରୁ ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ରାଗରେ ସରୋଜ କଲାରାଙ୍କୁ ଘର ପଛ ପଟି ପଡ଼ିଆକୁ ଟାଣି ନେଇ ତାଙ୍କ ବେକରେ ପାଦ ରଖି ଚାପି ମାରି ଦେଇଥିଲା। ଗାଁ ଲୋକ ଦୂରକୁ ଦେଖି ଦୌଡ଼ି ଆସିବା ବେଳକୁ କଲାର ବାଗେଙ୍କର ମୃତ୍ୟୁ ଘଟି ସାରିଥିଲା। ତେବେ ଲୋକଙ୍କୁ ଚକ୍‌ମା ଦେଇ ଖସିଯିବାକୁ ସରୋଜ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ତାଙ୍କୁ ଅଟକ ରଖିଥିଲେ। ଏ ନେଇ ଗ୍ରାମବାସୀଙ୍କ ଠାରୁ ସୂଚନା ପାଇବା ପରେ ପୁଲିସ ଗ୍ରାମରେ ପହଞ୍ଚିି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହିତ ଅଭିଯୁକ୍ତ ସରୋଜକୁ ଗିରଫ କରିଛି।

ସମ୍ବନ୍ଧିତ ଖବର