କବାଟବନ୍ଧ: ସ୍ବଚ୍ଛ ଭାରତ ଶୌଚାଳୟ ଏବେ ଲୋକଙ୍କ କାଠ ଗୋଦାମ ପାଲଟିଛି। ଧର୍ମଶାଳା ବ୍ଲକ୍ କବାଟବନ୍ଧ ଅଞ୍ଚଳରେ ଏବେ ଏଭଳି ଚିତ୍ର ଦେଖିବାକୁ ମିଳିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ପାଇଖାନା ନିର୍ମାଣ ପାଇଁ ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥିଲା। ଅନେକ ପରିବାର ଏଥିରୁ ବଞ୍ଚିତ ମଧ୍ୟ ହୋଇଥିଲେ, କିନ୍ତୁ ଯେଉଁମାନେ ପାଇଛନ୍ତି ସେମାନେ ବି ଏହାକୁ ବ୍ୟବହାର କରୁନାହାନ୍ତି। କେତେକ ସେଥିରେ କାଠପତ୍ର, ନଡ଼ାକୁଟା ଆଦି ରଖୁଛନ୍ତି। ଆଉକେହି ଏହାକୁ ଅନ୍ୟାନ୍ୟ କାର୍ଯ୍ୟରେ ବ୍ୟବହାର କରୁଥିବା ଦେଖାଯାଇଛି।
ଏହି ବ୍ଲକ୍ର ଏଣ୍ତଳବା, ରେଖିଦେଈପୁର, ତାଳଜଙ୍ଗ, ରାଇଛନ୍ଦା, କବାଟବନ୍ଧ, ଚକ୍ରଧରପୁର, ଅଂଜିରା, ମଧୁସୂଦନପୁର, ମର୍ଜିତାପୁର, ଜେନାପୁର ଓ ବୃନ୍ଦାଦେଈପୁର ପଞ୍ଚାୟତରେ ସ୍ବଚ୍ଛ ଭାରତ ଯୋଜନା ବିଫଳ ହୋଇଥିବା ଦେଖିବାକୁ ମିଳିଛି। ଲୋକେ ଖୋଲାମେଲାରେ ଶୌଚ କରୁଛନ୍ତି। ସରକାରଙ୍କ ଯୋଜନାର ପ୍ରକୃତ ଉଦ୍ଦେଶ୍ୟ ସଂପୂର୍ଣ୍ଣ ଦିଗହରା ହୋଇଯାଇଛି। ତଦାରଖ ଦାୟିତ୍ବରେ ଥିବା ଅଧିକାରୀଙ୍କ ଅବହେଳାରୁ ସ୍ବଚ୍ଛ ଭାରତ ଅଭିଯାନ ଅସ୍ବଚ୍ଛ ହୋଇଯାଇଛି ବୋଲି ଅଭିଯୋଗ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/26-9.jpg)