କାଠ ବୋଝେଇ ବଲେରୋ ଜବତ୍‌, ଜଣେ ଗିରଫ

କେନ୍ଦୁଝର: କେନ୍ଦୁଝର ସଦର ରେଞ୍ଜ ପକ୍ଷରୁ ଚଢଉ କରି ଏକ ଚୋରା କାଠ ବୋଝେଇ ବୋଲେରୋକୁ ବନ ବିଭାଗ ଜବତ କରିଛି । ଆଉ ଏହି ଗାଡିର ଡ୍ରାଇଭର ତଥା ମାଲିକକୁ ବନ ବିଭାଗ ଗିରଫ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାତି ଜଂଘିରାରୁ କେନ୍ଦୁଝର ଅଭିମୁଖେ ଏକ ବୋଲେରୋ (ଓଆର- ୦୨ବିଜି-୭୮୩୯) ଚୋରା କାଠ ନେଇ ଆସୁଥିଲା। ପୂର୍ବରୁ ବନ ବିଭାଗ ଏହି କାଠ ଗାଡ଼ିକୁ ଧରିବା ପାଇଁ ଛକି ବସିଥିଲା। ବୋଲେରୋଟି ଜଙ୍ଘିରାରୁ ୩ କିଲୋମିଟର ରାସ୍ତା ଆସିବା ପରେ ଖୁଦପଶି ନିକଟରେ ବନ ବିଭାଗ ତାକୁ କାବୁ କରିନେଇଥିଲା। ଫଳରେ ଗାଡ଼ିରେ ଥିବା ମାଫିଆ ଆଉ କିଛି ଚୋର ଫେରାର ହେବାରେ ସଫଳ ହୋଇଥିବା ବେଳେ ଡ୍ରାଇଭର ଧରାପଡ଼ିଯାଇଥିଲା। ଗାଡ଼ିରେ ୨୩ ସିଫ୍ଟ ଶାଳ କାଠ ଥିଲା। ଯାହାର ଆନୁମାନିକ ମୂଲ୍ୟ ୫୦ ଟଙ୍କା ହେବ ବୋଲି ବନ ବିଭାଗ କହିଛି। ଏହି ଚଢଉ ସମୟରେ ଜଙ୍ଗିରା ଫରେଷ୍ଟର ଜୟକୃଷ୍ଣ ଦାସ, ଟାଉନ ଫରେଷ୍ଟର କାଳନ୍ଦୀ ସାମଲ, ଫରେଷ୍ଟ ଗାର୍ଡ ଶଶିକାନ୍ତ ନାୟକ, ନିରଞ୍ଜନ ସେଠୀ ଏବଂ ଅନ୍ୟ ସ୍କାଡ଼୍ କର୍ମଚାରୀ ସାମିଲ ଥିଲେ। ଗିରଫ ଡ୍ରାଇଭର ତଥା ଗାଡି ମାଲିକ ଦୀପକ କୁମାର ସାହୁଙ୍କ ଘର ଜଂଘିରାରେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର