ଲକ୍ଷାଧିକ ଟଂକାର ଶାଗୁଆନ କାଠ ଜବତ; ବୋଲେରୋ-ବାଇକ୍‌ ସହ ୨ ଗିରଫ

ମାଲକାନଗିରି: ମାଲକାନଗିରି ବନ ବିଭାଗକୁ ମିଳିଛି ବଡ ସଫଳତା। ଚୋରା କାଠ କାରବାର କରୁଥିବା ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା କାଠ ଚାଲାଣ କରୁଥିବା ଗାଡିକୁ ମଧ୍ୟ ଜବତ କରାଯାଇଛି। ବନାଞ୍ଚଳ ଅଧିକାରୀ ବାସୁଦେବ ନାୟକଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ କୋରକୋଣ୍ଡା ଫରେଷ୍ଟର ରାଜେଶ କୁମାର ସେଠୀଙ୍କ ନେତୃତ୍ବରେ ଗତକାଲି ଏବଂ ଆଜି ବିଭିନ୍ନ ସ୍ଥାନରେ ପେଟ୍ରୋଲିଂ କରାଯାଉଥିଲା। ତେବେ ଓଡି-୩୦ -୪୨୫୬ ବୋଲେରୋରେ  ପ୍ରାୟ ୪୦ଟି ଟିକ ଏବଂ ବିଜା କାଠ ଚୋରା ଚାଲାଣ କରୁଥିବା ନେଇ ବନ ବିଭାଗକୁ ଖବର ମିଳିବା ପରେ ଚଢାଉ କରାଯାଇ ବଲେରୋକୁ ଅଟକା ଯାଇଥିଲା।

ପ୍ରାୟ ୧ ଲକ୍ଷ ୨୦ ହଜାର ଟଂକାର କାଠ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା। ଏଥିସହ ଏକ ବାଇକକୁ ମଧ୍ୟ ଜବତ କରାଯାଇଥିବା କୁହାଯାଇଛି। କାଠ ଚାଲାଣ କରୁଥିବା ଦୁଇ ଜଣ ଅଭିଯୁକ୍ତ ହେଲେ ଏମଭି-୭ ଗ୍ରାମର କ୍ରିଷ୍ଣା ସମଦାର(୩୩), ଏବଂ ଏମଭି-୪୧ ଗ୍ରାମର ବିପୁଲ ଚକ୍ରବର୍ତ୍ତୀ(୩୭)। ଆଜି ଦୁଇ ଜଣ ଅଭିଯୁକ୍ତଙ୍କୁ  କୋର୍ଟ ଚାଲାଣ କରାଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର