ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନ ରେଞ୍ଜ ଅନ୍ତର୍ଗତ ଭାଲୁଘର ଗାଁ ରେ ଏକ ଚୋରା କାଠ ଭର୍ତ୍ତି ବୋଲେର ଗାଡିକୁ ବନ ବିଭାଗ ପକ୍ଷରୁ ଜବତ କରାଯାଇଛି।
ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ଚୋରା କାଠ ଚାଲାଣ ହେଉଥିବା ପାଟଣା ବନ ବିଭାଗ ଖବର ପାଇ ଏକ ବୋଲେର ଗାଡିକୁ ପିଛା କରିଥିଲା। ଗାଡିଟି ଚଢ଼େଇଭୋଳରୁ କେନ୍ଦୁଝର ଅଭିମୁଖେ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବାବେଳେ ପାଟଣା ରେଞ୍ଜର ପବିତ୍ର ମୋହନ ନାୟକ ଓ ଖିରେଇଟାଙ୍ଗିରି ଫରେଷ୍ଟର ଅମୂଲ୍ୟ ସେନାପତି ଓ ଅନ୍ୟ କର୍ମଚାରୀମାନେ ପିଛା କରିଥିଲେ।
ବନ ବିଭାଗ ଗାଡି ଦେଖି ମାଫିଆ ଗାଡି ରାଜପଥରୁ ଗାଁ ରାସ୍ତା ଦେଇ ଯାଉଥିଲେ ହେଁ ଭାଲୁଘର ଗାଁ ପାଖରେ ଗାଡି ଛାଡି ମାଫିଆମାନେ ଘଟଣା ସ୍ଥଳରୁ ଛୁ ମାରିଥିଲେ। ସମ୍ପୃକ୍ତ ଗାଡିକୁ ଜବତ କରି ପାଟଣା ରେଞ୍ଜ କାର୍ଯ୍ୟାଳୟକୁ ଅଣାଯାଇଛି। ଗାଡିରୁ ୧୦୦ ଖଣ୍ଡ କାଠ ଜବତ କରାଯାଇଛି। ଜବତ ହୋଇଥିବା କାଠର ଆନୁମାନିକ ମୂଲ୍ୟ ୬୦ହଜାର ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/789.jpg)