ଖୋର୍ଦ୍ଧା: ପ୍ରାୟ ତିନି ବର୍ଷରେ ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ପ୍ରସ୍ତାବିତ ପାଇକ ସ୍ମାରକୀର ନିର୍ମାଣ କାର୍ଯ୍ୟ ନିମନ୍ତେ ଆଜି ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ ହୋଇଛି। ୨୦୨୨ ନଭେମ୍ବର ୧୬ ତାରିଖରେ ପ୍ରସ୍ତାବିତ ୯.୬୮୫ ଏକର ଜମିର ପଟ୍ଟା ପ୍ରସ୍ତୁତ ହୋଇଥିଲା। ଡିସେମ୍ବର ୧୩ ତାରିଖରେ ଜମି ମାପଚୁପ କରାଯାଇ ସୀମା ନିର୍ଦ୍ଧାରଣ କରାଯାଇଥିଲା। ଆଜି ନିର୍ମାଣ ପାଇଁ ବିଧିବଦ୍ଧ ଭାବେ କାମ ଆରମ୍ଭ ହୋଇଛି। ଭୂମି ପୂଜା ପରେ ମାଟି ଖୋଳାଯାଇଛି। ଆଜିର ଏହି କାର୍ଯ୍ୟକ୍ରମରେ ଇଣ୍ଡିଆନ୍ ଅଏଲ୍ ଫାଉଣ୍ଡେସନ୍ର ସମ୍ପାଦକ ରଂଜନ ମହାପାତ୍ର, ସାଧାରଣ ପରିଚାଳନା ଆର୍ ଏଲ୍ ଗମ୍ଭୀର, ଇଂଜିନିୟର୍ସ ଇଣ୍ଡିଆ ଲିଃର ପ୍ରକଳ୍ପ ମୁଖ୍ୟ ଡି ମିତ୍ର, ବରିଷ୍ଠ ପରିଚାଳକ ଏସ୍ କେ ପାଟିଲ୍ ଯୋଗ ଦେଇଥିଲେ।

Advertisment

ଏହାସହ କଳିଙ୍ଗ ପାଇକ ସଂଗଠନର ମୁଖ୍ୟ ସଂଚାଳକ ଇଂ. ଶିଶିର କୁମାର ନାୟକ, ସଭାପତି ଭୀମସେନ ପ୍ରଧାନ, ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ହରିଚନ୍ଦନ, ମୁଖ୍ୟ ଉପଦେଷ୍ଟା ସତ୍ୟବାଦୀ ବଳିଆରସିଂହ, ଉପଦେଷ୍ଟା ଅମରେନ୍ଦ୍ର ମହାପାତ୍ର, ଦଳବେହେରା ମୃତ୍ୟୁଞ୍ଜୟ ଛୋଟରାୟ ଓ ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିଲେ।