ମ.ରାମପୁର,: କଳାହାଣ୍ଡି ଜିଲ୍ଲା ମ.ରାମପୁର ଥାନା ଗୁମୁଚୋଚୋବାହାଲି ଗ୍ରାମର କେଶବ ପରାଭୋଏ ଭାଟେଲ ଛକରେ ଗୃହ ନିର୍ମାଣ କାର୍ଯ୍ୟ କରୁଥିଲେ। ଏହି ସମୟରେ ହଠାତ୍ ଅସୁସ୍ଥ ଅନୁଭବ କରିବାରୁ ତୁରନ୍ତ ତାଙ୍କୁ ମ.ରାମପୁର ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା।
ଡାକ୍ତର କିଶୋର ସାହୁ ଅଂଶୁଘାତ ଯୋଗୁଁ କେଶବଙ୍କ ମୃତ୍ୟୁ ହୋଇଥିବା ସୂଚନା ଦେଇଛନ୍ତି। ମ.ରାମପୁର ପୁଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/11-22.jpg)