ବୌଦ୍ଧ: ବୌଦ୍ଧ ଥାନା ବଘିଆପଡ଼ା ଫାଣ୍ଡି ଅନ୍ତର୍ଗତ ସାଲେସିଂ ଗ୍ରାମରେ ଶୁକ୍ରବାର ଏକ ନିର୍ମାଣାଧୀନ କୋଠାରୁ ଖସିପଡ଼ି ଶୁକପାଲି ଗ୍ରାମର ଶ୍ରମିକ ଅନିଲ ଥାଟି(୩୦)ଙ୍କ ମୃତ୍ୟୁ ହୋଇଛି। ଶନିବାର ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରର ଛାତ ପଡ଼ିବାର ଥିଲା। ଏଥିପାଇଁ ଶୁକ୍ରବାର ସେଣ୍ଟରିଂ ଶେଷ ହୋଇଥିଲା।
ରାତିରେ କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାବେଳେ ଅନିଲ ହଠାତ୍ ତଳେ ଖସି ପଡ଼ିଥିଲେ। ତାଙ୍କୁ ତୁରନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇ ଥିବାବେଳେ ଡାକ୍ତର ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଛି।