କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ଷ୍ଟେସନରେ ସୋମବାର ଜଣେ ଦାଦନ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ମୃତ ଶ୍ରମିକ ଜଣକ ନୂଆପଡ଼ା ଜିଲ୍ଲା ଖଡ଼ିଆଳର ଅରବିନ୍ଦ ବୈଠାରୁ(୫୫ବର୍ଷ) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଅରବିନ୍ଦ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଯାଇଥିଲେ। ରବିବାର ସେ ଟ୍ରେନ୍ ଯୋଗେ ଆସି କଣ୍ଟାବାଞ୍ଜି ଷ୍ଟେସନରେ ଓହ୍ଲାଇଥିଲେ।
ରାତିରେ ସେ ଘରକୁ ନଯାଇ ଷ୍ଟେସନ ପରିସରରେ ହିଁ ଶୋଇଥିଲେ। ସକାଳୁ ସେ ଅସୁସ୍ଥ ହୋଇଥିବା ପଡ଼ିଥିବା ଖବର ପାଇ ସ୍ଥାନୀୟ ଜିଆର୍ପି ତାଙ୍କୁ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଡାକ୍ତରଖାନା ନେଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜିଆର୍ପି କହିଛି।