ରା.ଉଦୟଗିରି: ଆଜି ଭୋର ସାଢ଼େ ଚାରିଟା ସମୟରେ ଗଜପତି ଜିଲ୍ଲା ମହେନ୍ଦ୍ରଗଡ଼ କଲୋନୀରେ ଥିବା ଆରତୀ ହୋଟେଲ ଭିତରକୁ ଏକ ସାର ବୋଝେଇ ଟ୍ରକ ନିୟନ୍ତ୍ରଣ ହରାଇ ପଶି ଯାଇଥିଲା। ତେବେ, ଭିତରେ ଥିବା ହୋଟେଲ ମାଲିକଙ୍କ ସମେତ କର୍ମଚାରୀ ମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଟ୍ରକଟି ବ୍ରହ୍ମପୁରରୁ ସାର ନେଇ ମହେନ୍ଦ୍ରଗଡ଼ ଆସୁଥିବା ବେଳେ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ନିୟନ୍ତ୍ରଣ ହରାଇ ହୋଟେଲ ଭିତରେ ପଶି ଯାଇଥିଲା।
ଟ୍ରକଟି ହୋଟେଲ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଥିବା ଦେଖି କାମ କରୁଥିବା କର୍ମଚାରୀ ମାନେ ଭୟରେ ଏତେତେଣେ ଦୌଡ଼ି ପଳାଇଥିଲେ। ଏହାର ନିମିଷକ ମଧ୍ୟରେ ଟ୍ରକ ଧକ୍କାରେ ହୋଟେଲ ଧ୍ବସ୍ତ ହେବା ସହ ପାଖରେ ଥିବା ପାନ ଦୋକାନର ବହୁ ଜିନିଷପତ୍ର ଭାଙ୍ଗି ନଷ୍ଟ ହୋଇ ଯାଇଛି। ରା. ଉଦୟଗିରି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/WhatsApp-Image-2023-05-23-at-9.04.44-PM.jpeg)