ରାୟଗଡା: କେନ୍ଦ୍ର ସରକାର ଦେଶର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ ଗୁଡିଏ ଯୋଜନା ପ୍ରଣୟନ କରିଥିବା ବେଳେ ଲୋକେ ଏହାର ସୁଫଳ ଉପଲବ୍ଧି କରିବା ସହ ଏହାର ଲାଭ ମଧ୍ୟ ଉଠାଇ ପାରୁଛନ୍ତି। ତେବେ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶର ୧୮ଟି କୌଳିକ ବୃତ୍ତିଧାରୀ କରିଗରଙ୍କ ପାଇଁ ବିଶ୍ୱକର୍ମା ଯୋଜନା ଘୋଷଣା କରିଥିଲେ। ୧୮ ଗୋଟି କୌଳିକ ବୃତ୍ତିର ବଛା ବଛା କାରିଗର ମାନଙ୍କୁ ସ୍ବାଧୀନତା ଦିବସରେ ଦିଲ୍ଲୀରେ ଉପସ୍ଥିତ ରହିବା ପାଇଁ ଡାକରା ଆସିଥିଲା। ସେମାନଙ୍କ ମଧ୍ୟରୁ ଓଡ଼ିଶାର କଟକ ଏବଂ ରାୟଗଡାରୁ ଜଣେ ଲେଖାଏଁ କାରିଗର ଦିଲ୍ଲୀରେ ପହଞ୍ଚି ଲାଲକିଲାରେ ଅନୁଷ୍ଠିତ ସ୍ବାଧୀନତା ଦିବସରେ ଉପସ୍ଥିତ ରହିଥିଲେ। ରାୟଗଡା ଜିଲ୍ଲାର ରାଜମିସ୍ତ୍ରୀ ଉମା ମହେଶ୍ବର ରାଓ ସ୍ୱାଧୀନତା ଦିବସର ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବା ପାଇଁ ଦିଲ୍ଲୀରୁ ଡାକରା ପାଇଥିଲେ। ଶ୍ରୀ ରାଓ ରାୟଗଡା ସଦର ମହକୁମାର କସ୍ତୁରି ନଗରରେ ବାସ କରନ୍ତି। ଏମଏସଏମଇ ତରଫରୁ ଉମା ମହେଶ୍ବର ରାଓ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀ ନିଆଯାଇ ସେଠାରେ ସ୍ବତନ୍ତ୍ର ଅତିଥି କରାଯାଇଥିଲା। ଉମା ମହେଶ୍ବର ରାଓ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି।

Advertisment

publive-image Sambad

ଏହି କାର୍ଯ୍ୟକୁ ନିଜର କୌଳିକ ବୃତ୍ତି ଭାବେ ଗ୍ରହଣ କରିଛନ୍ତି। ତେବେ ଭାରତ ସ୍ୱାଧୀନ ହେବାର ୭୭ ବର୍ଷ ପରେ ପ୍ରଥମଥର ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହାତ କରିଗରଙ୍କ ପାଇଁ ଚିନ୍ତା କରିବା ସହ ବିଶ୍ୱକର୍ମା ମାନଙ୍କ ଉପସ୍ଥିତିରେ ପିଏମ ବିଶ୍ୱକର୍ମା ଯୋଜନାର ଘୋଷଣା କରିଥିଲେ। ଏଥିରେ ପ୍ରତିବର୍ଷ ୫ ଲକ୍ଷ ପରିବାରଙ୍କୁ ସେମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ୫ ଶତକଡା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ ବ୍ୟବସ୍ତା ରହିଛି। ଯାହାଦ୍ୱାରା ଜଣେ କାରିଗର ନିଜର ରୋଜଗାର ବୃଦ୍ଧି କରାଇ ପାରିବା ସହ ବ୍ୟବସାୟ ବୃଦ୍ଧି କରାଇ ପାରିବ। ଦିଲ୍ଲୀରେ ସ୍ବତନ୍ତ୍ର ଆତିଥ୍ୟ ଲାଭ କରିଥିବାରୁ ସେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀଙ୍କର ଏହି ଯୋଜନାରେ ସବୁ କୌଳିକ ବୃତ୍ତିଧାରି ଲାଭ ପାଇ ପାରିବେ ବୋଲି ଆଶାବ୍ୟକ୍ତ କରିଛନ୍ତି ରାଜମିସ୍ତ୍ରୀ ଉମାମହେଶ୍ୱର ରାଓ।ରାୟଗଡା ଭଳି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରୁ କରିଗରଙ୍କୁ ସମ୍ମାନିତ କରିବା ଉଦ୍ଧେଶ୍ୟରେ ଦିଲ୍ଲୀ ପେରେଡ଼କୁ ଡକାଯାଇଥିବାରୁ ଏମଏସଏମଇ ଓଡିଶା ଟିମର ନୋଡାଲ ଅଧିକାରୀ କୋଟିରତ୍ନମ ଖୁସିବ୍ୟକ୍ତି କରିଛନ୍ତି।