ରାଉରକେଲା: ଗରମ ମେଟାଲ ପଡ଼ି ଶ୍ରମିକ ଗୁରୁତର

ରାଉରକେଲା: ରାଉରକେଲା ଷ୍ଟିଲ ପ୍ଲାଣ୍ଟର ମେଲ୍‌ଟିଂ ଷ୍ଟୋରରେ ଆଜି ଏକ ଅଘଟଣ ଘଟିଛି। କାର୍ଯ୍ୟରତ ଜଣେ ଶ୍ରମିକଙ୍କ ଉପରେ ତରଳ ମେଟାଲ ପଡ଼ିଯିବାରୁ ତାଙ୍କ ଶରୀରର ୮୦ ପ୍ରତିଶତ ପୋଡ଼ି ଯାଇଛି। ଆହତ ଶ୍ରମିକଙ୍କୁ ଆଇଜିଏଚ୍‌ରେ ଭର୍ତ୍ତି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ସାହିଲ କୁମାର ପୂର୍ତ୍ତି ନାମକ ଜଣେ ୩୫ ବର୍ଷୀୟ ଶ୍ରମିକ ମେଲ୍‌ଟିଂ ଷ୍ଟୋରରେ କାର୍ଯ୍ୟ କରୁଥିବା ବେଳେ ହଠାତ ତଳକୁ ଖସିପଡ଼ିଥିଲେ। ଏହି ସମୟରେ ତାଙ୍କ ଉପରେ ଗରମ ମେଟାଲ ପଡ଼ଯାଇଥିଲା।

ସମ୍ବନ୍ଧିତ ଖବର