ଭଦ୍ରକରେ ଶ୍ରମିକ କୃଷକ ମାନଙ୍କ ତରଫରୁ କୃଷି ବଞ୍ଚାଓ, ଗଣତନ୍ତ୍ର ବଞ୍ଚାଓ ଦିବସରେ ପ୍ରତିବାଦ ବିକ୍ଷୋଭ

ଭଦ୍ରକ: ସାରାଦେଶରେ ସଂଯୁକ୍ତ କିସାନ ମୋର୍ଚ୍ଚା ମୋର୍ଚ୍ଚା ଆହ୍ୱାନ କ୍ରମେ ଭଦ୍ରକ ସହରରେ କଳାକୃଷି ଆଇନ ଗୁଡିକୁ ବାତିଲ ଦାବିକରି ଓ ଗଣତନ୍ତ୍ରର ହତ୍ୟାକୁ ପ୍ରତିବାଦ କରି, ୧୯୭୫ଜୁନ ମାସ ୨୬ତାରିଖରେ ପୂର୍ବତନ ପ୍ରଧାନ ମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜରୁରୀକାଳୀନ ପରିସ୍ଥିତି ଜାରିକରି ଥିଲେ। ଜୟ ପ୍ରକଶ ନାରାୟଣଙ୍କ ନେତୃତ‌ରେ ତାର ପ୍ରତିବାଦ ଜୋରଦାର ହୋଇଥିଲ। କଥାକହିବାର ଉପରେ ଆକଟ କରାଯାଇଥିଲା, ବିଜୁ ପଟ୍ଟନାୟକ, ଡଃ ହରେକୃଷ୍ଣ ମହତାବ, ଜନାର୍ଦନ ପତି, ବିଷ୍ଣୁ ମହାନ୍ତି ଭଦ୍ରକରୁ ନିରାକାର ଜେନା, ଲଷ୍ମୀ ମହାପାତ୍ର, ବିରାଗୀ ଜେନାଙ୍କ ସମେତ ଓଡ଼ିଶାରେ ବହୁନେତା, ରାଜନେତା, ସ୍ତମ୍ଭକାରଙ୍କୁ ୧୯ ମାସ ବନ୍ଦୀ ରଖିଥିଲେ।

ଆଜି ମୋଦୀ ସରକାର ବିକାଶ ନାମରେ ବିନାଶ ପଥରେ, ଯେଉଁଥିପାଇଁ ଦେଶରେ ସରକାରୀ କଳ କାରଖାନା ଓ ଅଫିସ ଦପ୍ତରକୁ ବିଦେଶୀ କମ୍ପାନିକୁ ବିକ୍ରି କରିଦେଇ, ଦରଦାମ ବଢ଼ାଇ ଦେବାରୁ, କୃଷକର ଜମିକୁ ଅଦାନୀ, ଅମ୍ବାନୀଙ୍କୁ ଦେଇ ଦେବା, ଚାଷୀଙ୍କୁ ନଦେବାରୁ ଚାଷୀ ଆଜକୁ ସାତ ମାସ ହେବ ଆନ୍ଦୋଳନରେ ଥିବାବେଳେ ଦେଶବାସୀ କୃଷକ ଆନ୍ଦୋଳନକୁ ସମର୍ଥନ କରିବାରୁ ମୋଦୀ ବର୍ତମାନ ମିଥ୍ୟା ସୌଦାଗର ସାଜି କଳାଧନ ଆକାଉଣ୍ଟରେ ୧୫ଲକ୍ଷ ଟଙ୍କା ଦେବା ପ୍ରତାରଣାରେ ପରିଣତ ହୋଇଛି। କରୋନା ସମୟରେ ଲୋକେ କାମ ହରାଇବାରେ ଲାଗି ବେକାର ହୋଇଛନ୍ତି।

ବର୍ଷକୁ ୨କୋଟି ଯୁବକ ଓ ଯୁବତୀଙ୍କୁ କାମ ଦେବା ପାଣିରେ ଗାର ହୋଇଛି। ତେଣୁ କରି କୃଷି ବିରୋଧୀ କଳା କାନୁନ ବାତିଲ କରିବା ଓ ଗଣତନ୍ତ୍ରକୁ ସୁରକ୍ଷା ପାଇଁ ଦେଶବାସୀ ଏକ ହେବାପାଇଁ ଶ୍ରମିକ ନେତା ଦିଵ୍ୟ ସିଂହ ନାୟକ, ଚନ୍ଦ୍ରଶେଖର ନାୟକ, ପ୍ରଭାସ ମହାପାତ୍ର, ରାଧାନାଥ ଦାସ, ନିରଞ୍ଜନ ପାଣି, କାଳନ୍ଦୀ ପାତ୍ର, ପ୍ରଫୁଲ ପାଢ଼ୀ ବିକାଶ ନାଥ, ଆଦି ବହୁସାଥି ସମର୍ଥକ ମାନଙ୍କମାନେ କଚେରୀ ଛକରେ ପ୍ରତବାଦ କରି ବିକ୍ଷୋଭ ପ୍ରଦର୍ଶନ କରି କୃଷି ବଞ୍ଚାଓ ତଥା ଗଣତନ୍ତ୍ର ୟକୁ ବଞ୍ଚାଇବାକୁ ଲୋକଙ୍କୁ ଆୱାନ ଦେଇଥିଲେ।

 

ସମ୍ବନ୍ଧିତ ଖବର