ଜୟପୁର: ଜିଲ୍ଲା ଓ ଦୌରା ଜଜ ତଥା ଅଧକ୍ଷ, ଜିଲ୍ଲା ଆଇନ ସେବା ପ୍ରାଧିକରଣ, କୋରାପୁଟ-ଜୟପୁର ସତ୍ୟ ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ‘କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯ୍ୟାତନା ଆଇନ’ ସମ୍ବନ୍ଧରେ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଭାଗୃହ ପରିସରରେ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ତଥା ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତ ବିଚାରପତି ସୁମନ ଜେନା, ଜିଲ୍ଲା ମେଡିକାଲ ଅଧିକାରୀ ଡ.ରବୀନ୍ଦ୍ର ନାଥ ମିଶ୍ର ଭାଗ ନେଇ ଆଇନର ବିଭିନ୍ନ ଧାରା ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ। ଯଦି କୌଣସି ମହିଳା କର୍ମଚାରୀ ଏଭଳି କିଛି ସମସ୍ୟା ଭୋଗୁଛନ୍ତି ତେବେ କିଭଳି ଆପତ୍ତି ଓ ଅଭିଯୋଗ କରିବେ, ଆଇନସେବା ପ୍ରାଧିକରଣର କିଭଳି ସହଯୋଗ ନେଇପାରିବେ ସେ ସଂପର୍କରେ ବି ସୂଚନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଚିକିତ୍ସାଳୟର ବିଭିନ୍ନ ବିଭାଗର ମହିଳା କର୍ମଚାରୀ, ସ୍ୱାସ୍ଥ୍ୟ ସେବିକା ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ପୋଲିସ କର୍ମଚାରୀ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ଶ୍ରୀକାନ୍ତ ଦଣ୍ଡସେନା, ଦେବେନ୍ଦ୍ର କଁହର,ସୁବାସ ଦୁରୁଆ, ନିଳାଞ୍ଚଳ ପାଣିଗ୍ରାହୀ,ଦୁର୍ଯ୍ୟୋଧନ ନାୟକ ଏବଂ ଶ୍ୟାମସୁନ୍ଦର ବାରିକ ତଥା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ମଚାରି ମାନେ ଭାଗ ନେଇଥିଲେ।
‘କର୍ମକ୍ଷେତ୍ରରେ ମହିଳାଙ୍କ ଯୌନ ନିର୍ଯାତନା ଆଇନ’କୁ ନେଇ ସଚେତନତା ଶିବିର
/sambad/media/post_attachments/wp-content/uploads/2023/11/jpr-court-2.jpg)