ସ୍ୱତନ୍ତ୍ର ଜୁଭେନାଇଲ ପୁଲିସର ଭୂମିକା ସମ୍ପର୍କିତ କର୍ମଶାଳା

ଖୋର୍ଦ୍ଧା: ଆଜି ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ବାଲ୍ୟ ବିବାହ ନିଷେଧ, ପସ୍କୋ ଆଇନ ଓ ସ୍ୱତନ୍ତ୍ର ଜୁଭେନାଇଲ ପୁଲିସ ୟୁନିଟର ଭୂମିକା ସମ୍ପର୍କରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନରେ ମୁଖ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଡିଏସପି (ଅପରାଧ) ବିସି ପତି ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣିଶ୍ରୀ ପଟ୍ଟନାୟକ ସ୍ୱାଗତ ଭାଷଣ ଓ କର୍ମଶାଳାର ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ତାଲିମଦାତା ଭାବେ ଭୁବନେଶ୍ୱର ଜିଲ୍ଲା କୋର୍ଟର ଏପିପି ବିଶ୍ୱେଶ୍ୱରୀ ମହାନ୍ତି, ଖୋର୍ଦ୍ଧା ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ସୌଦାମିନୀ ସିଂହ ଯୋଗ ଦେଇଥିଲେ। ପୀଡ଼ିତା ଶିଶୁଙ୍କ ମାମଲାରେ ଅନୁସନ୍ଧାନ କରୁଥିବା ପୁଲିସ ଅଧିକାରୀଙ୍କ ଭୂମିକା, ପୀଡ଼ିତା ଶିଶୁଙ୍କ ମନସ୍ତାତ୍ୱିକ ସ୍ଥିତି, ସେମାନଙ୍କୁ ସରକାରଙ୍କ ପକ୍ଷରୁ ଦିଆଯାଉଥିବା କ୍ଷତି ପୂରଣ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା।

ଏଥିରେ ସମସ୍ତ ଥାନାର ଜୁଭେନାଇଲ ପୁଲିସ ଅଧିକାରୀଙ୍କ ସମେତ ବୋଲଗଡ଼ ଧାନା ଅଧିକାରୀ ରଶ୍ମିରଞ୍ଜନ ସାହୁ, ଖୋର୍ଦ୍ଧା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ରଞ୍ଜିତା ପଣ୍ଡା, ସଭ୍ୟା ସୁନୀତା ପଣ୍ଡା ଯୋଗ ଦେଇଥିଲେ। ଜିଲ୍ଲା ସ୍ୱତନ୍ତ୍ର ଜୁଭେନାଇଲ ପୁଲିସ ୟୁନିଟର ଅଧ୍ୟକ୍ଷା ଡିଏସପି ମୀନାକ୍ଷୀ ଠାକୁର କର୍ମଶାଳାର ସଂଯୋଜନା କରିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଏଲପିଓ ସୌମେନ୍ଦ୍ର ନାୟକ, ରଞ୍ଜନ କୁମାର ଗୋଚ୍ଛାୟତ, ରୀତାଞ୍ଜଳୀ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର