ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ହେମନ୍ତ ଋତୁ, ଓଡ଼ିଶାରେ ମାଣବସା ଗୁରୁବାର, ମାର୍ଗଶୀର ମାସ ପ୍ରସଙ୍ଗକୁ ନେଇ ଆଲୋଚନାଚକ୍ର ଓ କବିତା ପାଠ ହୋଇଯାଇଛି। ଜିଲ୍ଲା ସମ୍ବାଦ କାର୍ଯ୍ୟାଳୟରେ ସକାଳ ୯ଟାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ । ପ୍ରାରମ୍ଭରେ ସମ୍ବାଦର ପୂର୍ବତନ ପ୍ରତିନିଧି ଶ୍ରୀନାଥ ଜେନାଙ୍କ ଏକମାତ୍ର ପୁତ୍ର ପ୍ରତ୍ୟୁଷ ଜେନାଙ୍କ ଦୁର୍ଘଟଣାଜନିତ ମୃତ୍ୟୁ ଓ ପ୍ରାଧ୍ୟାପକ ଡ ସନ୍ତୋଷ କୁମାର ନାୟକଙ୍କ ବିୟୋଗରେ ଶ୍ରଦ୍ଧାଂଜଳି ଜ୍ଞାପନ କରାଯାଇଥିଲା ।

Advertisment

ସମ୍ପାଦକ ଗୋବିନ୍ଦଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ କବିତା ପାଠରେ ଦିବ୍ୟଲୋଚନ ଭାରିମଲ୍ଲ, ବିକ୍ରମ କେଶରୀ ଚମ୍ପତ୍ତି, ଅନିରୁଦ୍ଧ ମହାନ୍ତି, ଜ୍ୟୋତିପ୍ରଭା ପଟ୍ଟନାୟକ, ଉପସଭାପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଗୟାପ୍ରସାଦ ମିଶ୍ର, ଡ ବୃନ୍ଦାବନ ପଣ୍ଡା, କୈଳାସ ଚନ୍ଦ୍ର ପୃଷ୍ଟି, ଜ୍ୟୋତ୍ସ୍ନାରାଣୀ ମହାରଣା, ଡ ନୀଳାଦ୍ରିନାଥ ଜଗଦେ୍ଦବ, ଜ୍ୟୋତିରଂଜନ ସାହୁ, ନାରାୟଣ ଦାସ, ବିଦ୍ୟାଧର ଲେଙ୍କା, ଡ ଚପଳାକୁମାରୀ ପଣ୍ଡା, ସୁବାସିନୀ ପଟ୍ଟନାୟକ, ସୌଭାଗ୍ୟ କୁମାର କର, ସମରଜିତ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ଦାସ, ଶ୍ରୀଧର ଦାଶ, ଶାନ୍ତିଲତା ଦେବୀ, ଜ୍ଞାନରଂଜନ ଦାଶ, ବିଜୟ ଚନ୍ଦ୍ର ମହାପାତ୍ର, ଦୟାନିଧି ସାହୁ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । ଆଲୋଚନାଚକ୍ରରେ ମୁଖ୍ୟବକ୍ତା ରୂପେ ଡ ଶରତଚନ୍ଦ୍ର ମହାପାତ୍ର ଓ ସଭାପତି ଶ୍ରୀ ବଳିଆରସିଂହ ଓଡ଼ିଶାରେ ଶ୍ରୀଜଗନ୍ନାଥଙ୍କ ସଂସ୍ମୃତି, ସାମାଜିକ ସଂସ୍କାର, ବଳରାମ ଦାସଙ୍କ ଲକ୍ଷ୍ମୀପୁରାଣ ଆଦି ସମ୍ପର୍କରେ ଆଲୋଚନା କରିଥିଲେ । କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ କାର୍ଯ୍ୟକ୍ରମର ପରିଚାଳନା ଓ ଧନ୍ୟବାଦ ଦେଇଥିଲେ ।