ଖୋର୍ଦ୍ଧା: ଗତ ଦୁଇଦିନ ଧରି ଖୋର୍ଦ୍ଧା ଓ ଆଖପାଖ ଅଂଚଳରେ ଜିଲ୍ଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ କ୍ଲଷ୍ଟରସ୍ତରୀୟ ଖେଳନା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଗତକାଲି ଗୁରୁଜଙ୍ଗ ଓ ଫରେଷ୍ଟ କଲୋନୀ କ୍ଲଷ୍ଟର କର୍ମଶାଳା ଅନୁଷ୍ଠିତ ହୋଇଥିବା ବେଳେ ଆଜି କୁରାଢ଼ମଲ୍ଲ କ୍ଲଷ୍ଟରର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ସହରର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଗତକାଲି ଫରେଷ୍ଟ କଲୋନୀ ଏବଂ ଗୁରୁଜଙ୍ଗ କ୍ଲଷ୍ଟରର କ୍ଲଷ୍ଟରସ୍ତରୀୟ ଆମ ସଂସ୍କୃତି-ଆମ ଖେଳନା କର୍ମଶାଳା ଅନୁଷ୍ଠିତ ହୋଇଥିଲା। ମୁଖ୍ୟ ଅତିଥି ଭାବେ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ପ୍ରତିଷ୍ଠାନର ଉପାଧ୍ୟକ୍ଷ ବନ୍ଦିତା ପଟ୍ଟନାୟକ ଯୋଗ ଦେଇ କର୍ମଶାଳାର ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ମହେଶ ବେହେରା ଏବଂ ସହଗୋଷ୍ଠୀ ଶିକ୍ଷା ଅଧିକାରୀ କୃଷ୍ଣଚନ୍ଦ୍ର ବେହେରା ସଂସ୍କୃତି ଓ ଖେଳନା ସହ କିପରି ଶିକ୍ଷଣକୁ ସମ୍ପୃକ୍ତ କରି ପିଲାଙ୍କର ବୌଦ୍ଧିକ ଉନ୍ନତିରେ ଉପଯୋଗ କରିହେବ, ସେନେଇ ଆଲୋଚନା କରିଥିଲେ।
ଫରେଷ୍ଟ କଲୋନୀ ଓ ଗୁରୁଜଙ୍ଗ କ୍ଲଷ୍ଟରର ୪୦ଜଣ ପ୍ରଶିକ୍ଷାଥୀ ଯୋଗ ଦେଇଥିଲେ। ସାଧନକର୍ମୀ ଅନୁପମ ମହାନ୍ତି, ଦିଲ୍ଲୀପ କୁମାର ପଟ୍ଟନାୟକ ଶିକ୍ଷଣ ଫଳାଫଳକୁ ସଂଯୁକ୍ତ କରି ବିଭିନ୍ନ ଶିକ୍ଷକ ସାମଗ୍ରୀ ପ୍ରସ୍ତୁତ କରିବାର କୌଶଳ ଶିଖାଇଥିଲେ। କର୍ମଶାଳାଟିକୁ ସିଆର୍ସିସି ରବି ନାରାୟଣ ପଣ୍ଡା ଓ ରବୀନ୍ଦ୍ର ପ୍ରଧାନ ପରିଚାଳନା କରିଥିଲେ। ସେହିଭଳି ଗତକାଲି ସ୍ଥାନୀୟ ଶିଆଳିଆ ଆଶ୍ରମ ସ୍କୁଲ ପରିସରରେ ଆରମ୍ଭ ହୋଇଥିବା କର୍ମଶାଳା ଆଜି ଉଦ୍ୟାପିତ ହୋଇଛି। ଗତକାଲି ଉଦ୍ଘାଟନୀ ଉତ୍ସବରେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଧୃବଚରଣ ରଣା ଅଧ୍ୟକ୍ଷତା କରିଥିଲେ। ଏହି ପ୍ରଶିକ୍ଷଣରେ ତାପଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟ, କୁରାଢ଼ମଲ୍ଳ ସରକାରୀ ଉପ୍ରା ବିଦ୍ୟାଳୟ, ଦଳେଇପୁଟ, ଝିଙ୍କିଝାରୀ. କଦଳୀବାଡ଼ି ସରକାରୀ ପ୍ରାଥମିକ ବିଦ୍ୟାଳୟ, ଛତ୍ରମାଗଡ଼, ବ୍ରହ୍ମପୁରା ଓ ତାପଙ୍ଗ ବାଘଟାଙ୍ଗିର ୨୨ଜଣ ଶିକ୍ଷକ ଶିକ୍ଷୟିତ୍ରୀମାନେ ଯୋଗ ଦେଇଥିଲେ। ଶିଆଳିଆ ଆଶ୍ରମ ସ୍କୁଲର ପ୍ରଧାନଶିକ୍ଷକ କର୍ମଶାଳାର ଉଦଘାଟନ କରିଥିଲେ। ଶିକ୍ଷକ ପ୍ରସନ୍ନ ମହାପାତ୍ର ସଂଯୋଜନା କରିଥିଲେ। ସିଆର୍ସିସି ଧୃବଚରଣ ରଣା ଓ ଅନ୍ୟମାନେ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/Gurujang-FOrest-colony-Karmashala-Khordha.jpg)