ମାଣ୍ଡିଆ ସାମଗ୍ରୀ ତିଆରି ତାଲିମ ଶିବିର 

ଜୟପୁର: ପ‌ୋଷଣ ମାସ ପାଳନ ଅବସରରେ ଇଣ୍ଡିଆନ୍ ‌ଗ୍ଲୋବାଲ ସୋସିଆଲ ସୋସାଇଟି ସର୍ଭିସ ପକ୍ଷରୁ ଆଜି ବାରିଣପୁଟ ଠାରେ ମାଣ୍ଡିଆ ସାମଗ୍ରୀ ତିଆରି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଶମନ୍ତପୁର ବ୍ଲକର ବିଭିନ୍ନ ସ୍ବଂୟସହାୟକ ଗ୍ରୁପ୍‌ର ମହିଳମାନ‌େ ଯୋଗ ଦେଇଥିଲେ। ଆଇଜିଏସ୍‌ଏସ୍‌ଏସ୍‌ର ପ୍ରୋଜେକ୍ଟ କୋଡିନେଟର ଜନ୍ମେଜ ରାଉତଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆତ୍ମାର ଉପ ପ୍ରକଳ୍ପ ନିର୍ଦ୍ଦେଶକ ତାପସ ଚନ୍ଦ୍ର ରାୟ ଯୋଗ ଦେଇ ପୋଷଣ ମାସର ବିଶେଷତ୍ବ ସହ ପୁଷ୍ଟିକର ଖାଦ୍ୟ ବିଷୟରେ ସଚେତନତା କରିଥିଲେ। ଏଥିରେ ସାଧନବ୍ୟକ୍ତି ଭାବେ ଜଗନ୍ନାଥ ଚିନ୍ନାରି ଯୋଗ ଦେଇ ମାଣ୍ଡିଆରେ କିଭଳି ବିସ୍କେଟ, ଲଡୁ, ନାଡି, ମିଶ୍ଚର ଓ ନିମକି ପ୍ରସ୍ତୁତ କରାଯାଏ ସେ ନେଇ ତାଲିମ ପ୍ରଦାନ କରିଥିଲେ।

ଏଥିସହ ଲଘୁ ଶସ୍ୟକୁ ନେଇ କିଭଳି ମହିଳମାନେ ସେମାନଙ୍କ ସାମାଜିକ ଓ ଅର୍ଥନିତୀ କ୍ଷେତ୍ରରେ ଉନ୍ନତି କରିପାରିବେ ସେ ବିଷୟରେ ବୁଝାଇଥିଲେ। ଏଥିସହ ମହିଳମା‌ନେ ମାଣ୍ଡିଆ ତିଆରି ପାଇଁ ବିଭିନ୍ନ ମେସିନ୍ ମଧ୍ୟ ବୁଲି ଦେଖିଥିଲେ। ହାଇଦ୍ରାବାଦ ଠାରେ ଆଇଆଇଏମ୍‌ଆର ଓ ନିୟୁଟ୍ରି ହବ୍ ପକ୍ଷରୁ ଆୟୋଜିତ କୁକିଙ୍ଗ୍‌ ଉଇଥ୍‌ ମିଲେଟ୍ ପ୍ରତିଯୋଗିତାରେ ଜୟପୁରର ଜଗନ୍ନାଥ ଚିନ୍ନାରି ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବେଳେ ତାଙ୍କୁ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର