ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ବିଶ୍ୱ ରକ୍ତଦାତା ଦିବସ

ରାଇରଙ୍ଗପୁର: ମୟୂରଭଂଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ଚିକିତ୍ସ୍ୟାଳୟର ସମ୍ମିଳନୀ କକ୍ଷରେ ରକ୍ତଭଣ୍ଡାର ଅଧିକାରିଣୀ ଡାକ୍ତର ଇସ୍ମିତାଶ୍ରୀ ବିରୁଆଙ୍କ ପୌରାହିତ୍ୟରେ ବିଶ୍ୱ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସୟାଳୟର ଏସଡିଏମଓ ରବୀନ୍ଦ୍ର ନାଥ ମାରାଣ୍ଡି ଯୋଗଦେଇ ସମସ୍ତଙ୍କୁ ରକ୍ତଦାନ କରିବାକୁ ଅନୁରୋଧ କରିଥିଲେ ଏବଂ ସମ୍ମାନିତ ଅତିଥି ଭାବେ ଡାକ୍ତର ପି.କେ ସାହୁ, ଡାକ୍ତର ଡ ଏନ୍‌ ଟୁଡୁ ଯୋଗଦେଇ ରକ୍ତଦାନ କଲେ କଣ ଉପକାର ମିଳେ ସେ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ଶ୍ରେଷ୍ଠ ରକ୍ତଦାତା ଏବଂ ଜରୁରୀ କାଳୀନ ସମୟରେ ବିଭିନ୍ନ ରୋଗୀଙ୍କୁ ରକ୍ତ ଯୋଗାଇଥିବା ୧୦ ଜଣକୁ ହସ୍ପିଟାଲ କର୍ତୁପକ୍ଷ ମାନପତ୍ର ଓ ସିଲ୍ ଦେଇ ସମ୍ମାନିତ କରିଥିଲେ । ସମ୍ମାନୀତ ହୋଇଥିବା ସେଚ୍ଛାସେବୀମାନେ ହେଲେ ସୌମିକ ଦାସକାନୁନଗୋ, ଯୁବ ସାମ୍ବାଦିକ ତୁଷାର କାନ୍ତ ମହାନ୍ତ, ବିକାଶ ମହାନ୍ତ, ଏସଡିଓ ଚିରଂଜିତ ସାହୁ। ଏହି ଅବସରରେ ପ୍ରଥମେ ରାଇରଙ୍ଗପୁର କଲେଜର ଅଧ୍ୟାପକ ରାଜେଶ କୁମାର ରାମ ଓ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ବିଜୟ କୁମାର ରାମଙ୍କ ନେତୃତ୍ବରେ ଏନଏସଏସ ଓ ଏନସିସିର ଛାତ୍ରଛାତ୍ରୀମାନେ ସହର ପରିକ୍ରମା କରିବା ସହିତ ପ୍ଲାକାର୍ଡ ଧରି ସମସ୍ତଙ୍କୁ ରକ୍ତଦାନ ସମ୍ବନ୍ଧରେ ସଚେତନ କରାଇଥିଲେ।

ଏହି ଅବସରରେ ଡାକ୍ତରଖାନାର ରକ୍ତଭଣ୍ଡାର ଅଧିକାରୀ ଡଃ ପବିତ୍ର ପ୍ରତ୍ୟୁଷ ମିଶ୍ରଙ୍କ ପୌତାହିତ୍ୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏଥିରେ ମୋଟ୍ ୧୮ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ବିଶ୍ୱ ରକ୍ତଦାତା ଦିବସକୁ ପାଳନ କରିବାରେ ହସ୍ପିଟାଲର ମ୍ୟାନେଜର ଲିପସା ପ୍ରିୟଦର୍ଶିନୀ ମହାପାତ୍ର, ଡଃ ପି.ପି ମିଶ୍ର, ଜଳେନ୍ଦ୍ରନାଥ ରଣା, ଦେବବ୍ରତ ଗିରି, ସୁମନ୍ତ ଗିରି, ଚିରଂଜୀବୀ ମହାନ୍ତି, ସେଚ୍ଛାସେବୀ ଗତିକୃଷ୍ଣ ମହାନ୍ତ, ପ୍ରତ୍ୟୁଷ ପରିଡ଼ା, ହେମେନ୍ଦ୍ର ମହାନ୍ତ, ଅନିଲ ମହାନ୍ତ ପ୍ରମୁଖ ସହଯୋଗ କରିଥିଲେ।ଶେଷରେ ବିଜୟ କୁମାର ରାମ ଧନ୍ୟବାଦ ଅର୍ପଣ କରିଥି ।

ସମ୍ବନ୍ଧିତ ଖବର