ରାୟଗଡ଼ା: ସ୍ଥାନୀୟ ଡିଏଚଏଚ ସଭାଗୃହରେ ଡ.ଅବଦୁଲ କାଲାମ ଫାଉଣ୍ଡେସନ ଓ ରାୟଗଡା ରକ୍ତଦାତା ଗ୍ରୁପ ଟ୍ରଷ୍ଟ ପକ୍ଷରୁ ବିଶ୍ବ ରକ୍ତଦାତା ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିଏମଓ ଡ.ଲାଲମୋହନ ରାଉତରାୟ ଯୋଗ ଦେଇଥିବା ବେଳେ ସୁପରିଟେଣ୍ଡେଣ୍ଟ ବରଡାକାନ୍ତ ମିଶ୍ର,ରକ୍ତଭଣ୍ଡାର ଅଧିକାରୀ ଡ.ଗୌତମ ପଟନାୟକ,ଜନସ୍ବାସ୍ଥ୍ୟ ଅଧିକାରୀ ଭି.ଲୋକନାଥ ରାଜୁ,ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ମମତା ସାହୁ,ଡ.ମମତା ଚୌଧୁରୀ,ଡିପିଏମ ରାଜେଶ୍ବର ରାଓ ପଟନାୟକ,ସଂଯୁକ୍ତା ବେହେରା,ଇତିଶ୍ରୀ ମିଶ୍ର,ବି.ରାଜେଶ.ବିଜୟ ପ୍ରମୁଖ ଉପସ୍ଥିତ ଥିଲେ।ଅତିଥିମାନେ ରକ୍ତଦାନ ଏବଂ ରକ୍ତଦାନାଙ୍କୁ ଭୃୟସୀ ପ୍ରଶଂସା କରିବା ସହ ଆଗାମୀ ଦିନରେ ରାୟଗଡାରେ କିପରି ଅଧିକାରୁ ଅଧିକା ରକ୍ତଦାତା ବାହାରିବେ ସେନେଇ କାମ କରିବାକୁ କୁହାଯାଇଥିଲା।ଏହି ଅବସରରେ ୫ଟି ଉତ୍ତମ ସଂଗଠନକୁ ସମ୍ମାନୀତ କରାଯାଇଥିବା ବେଳେ ୪ ଜଣ ସମର୍ଥକ,୩ ଜଣ ସ୍ବେଚ୍ଛାସେବୀ,୫ ଜଣ ଉତ୍ତମ ରକ୍ତଦାତା ଏବଂ ୪ ଜଣ ପ୍ରବର୍ତ୍ତକଙ୍କୁ ସମ୍ମାନୀତ କରାଯାଇଥିଲା।ରକ୍ତଦାନ କ୍ଷେତ୍ରରେ ଆମ ଓଡିଶାର ସହଯୋଗକୁ ମନେ ପକାଯାଇଥିଲା।ଏଥିସହ ଆମ ଓଡିଶାର ଜିଲ୍ଲା ସଂଯୋଜକ ପ୍ରେମେନ୍ଦ୍ର ପରିଛାଙ୍କୁ ସମ୍ମାନୀତ କରାଯାଇଥିଲା।ଆଜିର ରକ୍ତଦାତା ଦିବସ ଅବସରରେ ରକ୍ତ ଭଣ୍ଡାରରେ ସ୍ବେଚ୍ଛାସେବୀ,ସମାଜସେବୀ,ସିଆରପିଏଫ ଯବାନମାନେ ପ୍ରାୟ ୬୦ରୁ ଉର୍ଦ୍ଧ୍ବ ରକ୍ତଦାନ କରିଥିଲେ।
ବିଶ୍ବ ରକ୍ତଦାତା ଦିବସ ପାଳିତ, ଆମ ଓଡ଼ିଶା ସମ୍ବର୍ଦ୍ଧିତ
/sambad/media/post_attachments/wp-content/uploads/2023/06/Rgda-Blood-donors-day-palita-1.jpg)