ନୟାଗଡ଼ : ଛେନାପୋଡ଼ର ଜନକ ନୟାଗଡ଼ର ବାସିନ୍ଦା ସୁଦର୍ଶନ ସାହୁଙ୍କ ଜୟନ୍ତୀକୁ ବିଶ୍ବ ଛେନା ପୋଡ଼ ଦିବସ ଭାବେ ଆଜି ପାଳନ କରାଯାଇଛି । ପ୍ରଥମ ଥର ପାଇଁ ଏଭଳି ଉତ୍ସବ ଆୟୋଜନ ଆଜି କରାଯାଇଥିଲା। ନୟାଗଡ଼ ବସଷ୍ଟାଣ୍ଡ ଛକରେ ଏହି କାର୍ଯ୍ୟକ୍ରମ ହେଲ୍ପିଂ ହ୍ୟାଣ୍ଡ ନାମକ ଅନୁଷ୍ଠାନର ସହଯୋଗରେ କରାଯାଇଥିଲା। ଏଥିରେ ଅତିଥି ଭାବେ ଜିଲ୍ଲାପାଳ ଡ. ପୋମା ଟୁଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଏକ ଛେନାପୋଡ଼ କଟାଯାଇ ସମସ୍ତଙ୍କୁ ବଣ୍ଟା ଯାଇଥିଲା। ପ୍ରତିବର୍ଷ ଏହି ଉତ୍ସବ ପାଳନ କରାଯିବ, ଛେନାପୋଡ଼କୁ ଜିଆଇ ଟ୍ୟାଗ୍ ପ୍ରଦାନ ନେଇ ଉଦ୍ୟମ କରାଯିବ ବୋଲି ଅନୁଷ୍ଠାନ ପକ୍ଷରୁ କୁହାଯାଇଛି ।
ନୟାଗଡ଼ରେ ପ୍ରଥମ ଥର ପାଇଁ ପାଳନ ହେଲା ବିଶ୍ବ ଛେନାପୋଡ଼ ଦିବସ
ଛେନାପୋଡ଼ର ଜନକ ସୁଦର୍ଶନଙ୍କୁ ଶ୍ରଦ୍ଧାଞ୍ଜଳି
/sambad/media/post_attachments/wp-content/uploads/2022/04/WhatsApp-Image-2022-04-11-at-6.19.46-PM-1.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)