ଆଜି ବିଶ୍ବ କଫି ଦିବସ: କୋରାପୁଟ କଫି, ଚାଲୁଛି ଯେତିକି ଝୁଣ୍ଟୁଛି ସେତିକି

ଘରୋଇ ଉଦ୍ୟୋଗୀଙ୍କ ତୁଳନାରେ ସରକାରୀ ଉତ୍ପାଦନ ପଛରେ, ଅନଲାଇନରେ ମିଳୁଛି, ସ୍ଥାନୀୟ ବଜାର ଖାଁ ଖାଁ

କୋରାପୁଟ: ବିଶ୍ୱ ବଜାରରେ କୋରାପୁଟ କଫିର ଚାହିଦା କାହିଁରେ କ’ଣ। ଅନଲାଇନରେ କୋରାପୁଟ କଫି ବିକ୍ରି ଆରମ୍ଭ ହେବା ପରେ ବିଶ୍ୱ କୋରାପୁଟକୁ ଯେତିକି ଜାଣିଥିଲା ଏବେ ତାହା କାହିଁକିରେ କେତେ ବଢି ଗଲାଣି ଚାହିଦା। କଫି କହିଲେ ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ରହୁଥିବା ଚାଷୀଙ୍କୁ ବୁଝାଉଥିଲେ ବି ଢେର ଗୁଣା ଅଧିକ ଉତ୍ପାଦନ କରୁଛନ୍ତି ଅଣଆଦିବାସୀ କଫି ଚାଷୀ। ଆଦିବାସୀ ଚାଷୀଙ୍କୁ ଗିଳିଦେଲା ପରି ପରିସ୍ଥିତି ଏପରି ସ୍ଥିତି ଉପୁଜିଲାଣି। ମୁଖ୍ୟମନ୍ତ୍ରୀ କୋରାପୁଟ କଫି ବିକ୍ରି ପାଇଁ ଅନଲାଇନ ୱେବସାଇଟ ପ୍ରସ୍ତୁତ କରିଥିବାବେଳେ କୋରାପୁଟ, ଭୁବନେଶ୍ୱର ଓ ପୁରୀ ପରି ବଡ ସହରରେ ତିନି ତିନିଟି ଅଫଲାଇନ ଷ୍ଟୋରରେ ବିକ୍ରି ହେଉଛି କୋରାପୁଟ। କୋରାପୁଟ ଜିଲ୍ଲା ପ୍ରାୟ ୩୦୮୬ ହେକ୍ଟର ଜମିରେ ଚାଷ କରାଯାଉଥିବାବେଳେ ୩୦୪୬ରୁ ଅଧିକ ଆଦିବାସୀ ଚାଷୀ ରହିଛନ୍ତି। ତେବେ କୋରାପୁଟ ଜିଲ୍ଲାରେ ୩୦୪୬ ଜଣ ଆଦିବାସୀ ଚାଷୀ ୨୦୮୯ ହେକ୍ଟର ଜମିରୁ ଗତବର୍ଷ ୨୨୦ ମେଟ୍ରିକ୍‌ ଟନ୍‌ କଫି ଉତ୍ପାଦନ କରିଥିବାବେଳ‌େ ୧୨୬ ଜଣ ଚାଷୀ ୮୯୬ ହେକ୍ଟର ଜମିରୁ ୩୭୦ ମେଟ୍ରିକ୍ ଟନ୍‌ କଫି ଉତ୍ପାଦନ କରିଛନ୍ତି। କୋରାପୁଟ କଫି ଏପରିକି ବିଦେଶରେ ଅନଲାଇନର ଆମାଜନ ପ୍ଲାଟଫର୍ମରେ ପୁଣି କୋଲକାତା, ବାଙ୍ଗାଲୋର ଓ ମୁମ୍ବାଇ ପରି ମେ‌ଟ୍ରୋରେ ନିଜର ଆଉଟଲେଟ୍‌ ବା ବିକ୍ରିବଟାର ବ୍ୟବସ୍ଥା କରିଛି। ହେଲେ ଆଶ୍ଚର୍ଯ୍ୟର କତା ଏନ୍ତୁଡିଶାଳ କୁହାଯାଉଥିବା କୋରାପୁଟ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣରେ ବା ବଡ ବଡ ଦୋକାନରେ ଉପଲବ୍ଧ ହେଉ ନାହିଁ। ଯେଉଁଥି ପାଇଁ ପ୍ରଶ୍ନଉଠାଇଛନ୍ତି ଉପଭୋକ୍ତା।

୧୯୩୦ ମସିହାରୁ କୋରାପୁଟ ଜିଲ୍ଲାରେ କଫି ଉତ୍ପାଦନ ହେଉଛି। ଜୟପୁର ରାଜା ରାଜବାହାଦୁର ରାମଚନ୍ଦ୍ର ଦେଓ ତାଙ୍କ ବଗିଚାରେ କଫି ଚାଷ ଆରମ୍ଭ କରିଥିଲେ। ୧୯୬୦ ମସିହା ବେଳକୁ ଏହା କୋରାପୁଟ ଜିଲ୍ଲା ସହ କନ୍ଧମାଳ, ରାୟଗଡା, କେଉଁଝର, ଗଜପତି ଓ କଳାହାଣ୍ଡି ଜିଲ୍ଲାକୁ ବ୍ୟାପିଥିଲା। ଆରବିକା କଫି ଫ୍ଲେଭର ହେଉଛି ବିଶ୍ବର ସର୍ବପୁରାତନ କଫି, ଯାହା ପ୍ରଥମେ ଆରବରେ ଚାଷ ହୋଇଥିଲା। ସମୟକ୍ରମେ ଏହା ସାରା ବିଶ୍ବକୁ ଯାଇଥିଲା। ସେହି କଫିର ଚାଷରୁ ବିଭିନ୍ନ ଫ୍ଲେଭର ଉତ୍ପନ୍ନ ହୋଇଥିଲା। କୋରାପୁଟରୁ ମିଳିଥିବା କଫି ମଧ୍ୟ ଏହି ଆରବିକା କଫିର ଏକ ଅଂଶ। କୋରାପୁଟ ଜିଲ୍ଲାର ସେମିଳିଗୁଡାରେ ୧୧୪ ହେକ୍ଟର, ଦଶମନ୍ତପୁର ବ୍ଲକରେତ ୫୪୦ ହେକ୍ଟର, ଲକ୍ଷ୍ମୀପୁରରେ ୩୦୩ ହେକ୍ଟର, ନନ୍ଦପୁରରେ ୩୫୨ ହେକ୍ଟର, କୋରାପୁଟରେ ୨୭୧ ହେକ୍ଟର, ବୋରିଗୁମ୍ମାରେ ୩୧ ଓ ପଟାଙ୍ଗୀରେ ୪୦ ହେକ୍ଟର ଜମିରେ ଚାଷ କରାଯାଉଛି। ଜିଲ୍ଲାରେ ଆଦିବାସୀ ଓ ଅଣଆଦିବାସୀ ଚାଷୀ ମିଶି ୩୧୭୨ ଜଣ ଚାଷୀ ରହିଛନ୍ତି। ୨୦୨୨-୨୩ରେ ୫୦୦ ହେକ୍ଟର ଓ ୨୦୨୩-୨୪ରେ ୬୦୦ ହେକ୍ଟର ଜମିରେ ଆହୁରି କଫି ଚାଷ କରାଯିବାକୁ ଯୋଜନା ରହିଥିବାବେଳେ କୋଟି କୋଟି ଟଙ୍କା ଏହି ବାବଦକୁ ଖର୍ଚ୍ଚ ହୋଇଥାଏ। ସବୁଠୁ ବଡ କଥା ହେଲା କୋରାପୁଟ ଜିଲ୍ଲାରେ ରହିଥିବା ୩୦୪୬ ଜଣ ଆଦିବାସୀ ଚାଷୀ ରହିଥିବାବେଳେ ଚାଷୀଙ୍କ ଠାରୁ ଟିଡିସିସି କେଜି ୪୫ଟଙ୍କା ଲେଖାଏଁ ଚୋପା ଲଗା କଫି କିଣୁଥିବାବେଳେ ଏହାକୁ ତିନୋଟି ପ୍ରକ୍ରିୟା ଶେଷ କରିବା ପରେ ୧୨୦୦ ଟଙ୍କାରେ ବିକ୍ରି କରୁଛି। ଗତବର୍ଷ ୧୧ ମେଟ୍ରିକ ଟନ୍‌ ଟାଟାକୁ ୨୩୦ ଟଙ୍କା ପ୍ରତି କେଜିରେ ବିକ୍ରି ହେଉଥିବା ଜଣାପଡିଛି। ତେବେ ଅଣଆଦିବାସୀ ଚାଷୀ ଟିଟିସିସି କାଁ ଭାଁ ଦେଉଥିବାବେଳେ ସେମାନେ ବାଙ୍ଗାଲୋର, ହାଇଦ୍ରାବାଦ ସହ ବଡ ବଡ ସହରକୁ ୧୦ଗୁଣା ଦରରେ ବିକ୍ରି କରୁଥିବା ଜଣାପଡିଛି।

ଏନେଇ କଫି ବିକାଶ ପରିଷଦର ଉପନିର୍ଦ୍ଦେଶକ ଚକ୍ରଧର ମିଶ୍ର କହିଛନ୍ତି ଯେ କୋରାପୁଟ ଜିଲ୍ଲା ପ୍ରାୟ ୩୦୮୬ ହେକ୍ଟର ଜମିରେ ଚାଷ କରାଯାଉଥିବାବେଳେ ୩୦୪୬ରୁ ଅଧିକ ଆଦିବାସୀ ଚାଷୀ ରହିଛନ୍ତି। ତେବେ କୋରାପୁଟ ଜିଲ୍ଲାରେ ୩୦୪୬ ଜଣ ଆଦିବାସୀ ଚାଷୀ ୨୦୮୯ ହେକ୍ଟର ଜମିରୁ ଗତବର୍ଷ ୨୨୦ ମେଟ୍ରିକ୍‌ ଟନ୍‌ କଫି ଉତ୍ପାଦନ କରିଥିବାବେଳ‌େ ୧୨୬ ଜଣ ଚାଷୀ ୮୯୬ ହେକ୍ଟର ଜମିରୁ ୩୭୦ ମେଟ୍ରିକ୍ ଟନ୍‌ କଫି ଉତ୍ପାଦନ କରିଛନ୍ତି। ଜିଲ୍ଲାରେ ଆଦିବାସୀ ଓ ଅଣଆଦିବାସୀ ଚାଷୀ ମିଶି ୩୧୭୨ ଜଣ ଚାଷୀ ରହିଛନ୍ତି। ୨୦୨୨-୨୩ରେ ୫୦୦ ହେକ୍ଟର ଓ ୨୦୨୩-୨୪ରେ ୬୦୦ ହେକ୍ଟର ଜମିରେ ଆହୁରି କଫି ଚାଷ କରାଯିବାକୁ ଯୋଜନା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର