ବିଶ୍ୱ ଧରିତ୍ରୀ ଦିବସ ପାଳିତ

ଖୋର୍ଦ୍ଧା: ଆଜି ବିଶ୍ୱ ଧରିତ୍ରୀ ଦିବସ ଉପଲକ୍ଷେ ଖୋର୍ଦ୍ଧା ପ୍ରାରମ୍ଭ କନ୍ସେପ୍ଟ ସ୍କୁଲରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷୟିତ୍ରୀ ଓ ଅତିଥିମାନେ ପରିବେଶର ସୁରକ୍ଷା ପାଇଁ ହାତରେ ପ୍ଲାକାର୍ଡ ଧରି ସାହି ପରିକ୍ରମା କରି ସଚେତନ କରାଇଥିଲେ। ସ୍କୁଲ ପରିସରରେ ଅନୁଷ୍ଠିତ ସଭାରେ ସ୍କୁଲ ଅଧ୍ୟକ୍ଷା ଶ୍ରଦ୍ଧାଂଜଳି ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ଅତିଥି ଭାବେ ସ୍ଥାନୀୟ ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର, ପୌରାଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ପ୍ରେରଣା ଗ୍ରୀନ୍ ଆର୍ମି ମୁଖ୍ୟ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ, ଖୋର୍ଦ୍ଧା ବିକାଶ ମଂଚର ନରେନ୍ଦ୍ର ପୃଷ୍ଟି ପ୍ରମୁଖ ଯୋଗ ଦେଇଥିଲେ।

ଗାଡ଼ିମୋଟର, କଳକାରଖାନା ଯୋଗୁଁ ପରିବେଶ ପ୍ରଦୂଷଣ, ବୃକ୍ଷଲତା ସବୁଜିମାର ନଷ୍ଟ ଦ୍ୱାରା ପୃଥିବୀର ଜୀବନଶୃଙ୍ଖଳ ଅବ୍ୟବସ୍ଥିତ ହେଉଥିବା ସମ୍ପର୍କରେ ଆଲୋଚନା କରିବା ସହ ଛାତ୍ରଛାତ୍ରୀମାନେ ପରିବେଶର ସୁରକ୍ଷା ପ୍ରତି ଅଧିକ ସଚେତନ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। ସୌମ୍ୟରଂଜନ ଦାସ, ବିଶ୍ୱରଂଜନ ଦାସ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର