ବିଶ୍ୱ ମିତବ୍ୟୟିତା ଦିବସ ଓ ସଚେତନତା ରଥର ଶୁଭାରମ୍ଭ

ଖୋର୍ଦ୍ଧା: ଖୋର୍ଦ୍ଧାଠାରେ ଆଜି ଜିଲ୍ଲାସ୍ତରୀୟ ବିଶ୍ୱ ମିତବ୍ୟୟିତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଲୋକଙ୍କ ମଧ୍ୟରେ ସଞ୍ଚୟ ପ୍ରତି ସଚେତନତା ସୃଷ୍ଟି କରିବାକୁ ଏକ ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।

ଆଜି ପୂର୍ବାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢ଼ୀ ଅତିଥି ଭାବେ ଯୋଗ ଦେଇ ସଞ୍ଚୟ ସଚେତନତା ରଥର ଶୁଭାରମ୍ଭ କରିଥିଲେ । ଏହି ସଞ୍ଚୟ ରଥ ଆଜି ଠାରୁ ଖୋର୍ଦ୍ଧା ପୌରାଂଚଳ, ଗୁରୁଜଙ୍ଗ, ହଳଦିଆ, ବାଜପୁର, ଅଣ୍ଡ, ନନ୍ଦପୁର, ଆଦି ଅଞ୍ଚଳ ପରିକ୍ରମା କରିବ । ନିରାପଦ ସଞ୍ଚୟ, ଡାକଘର ଓ ବାଣିଜ୍ୟିକ ବ୍ୟାଙ୍କ ଗୁଡ଼ିକରେ ମିଳୁଥିବା ସ୍ୱଳ୍ପ ସଞ୍ଚୟ ଯୋଜନାରେ ଅର୍ଥନିବେଶ ପାଇଁ ସଚେତନତା କରାଯିବ । ଏହି ଅବସରରେ ସ୍ୱଳ୍ପ ସଞ୍ଚୟ ନିର୍ଦ୍ଦେଶାଳୟ ପକ୍ଷରୁ ନଭେମ୍ବର ୧ ତାରିଖ ଠାରୁ ସଞ୍ଚୟ ନେଇ ବ୍ୟାପକ ସଚେତନତା ସହ ବୃକ୍ଷରୋପଣ, ଛାତ୍ରଛାତ୍ରୀଙ୍କ ମଧ୍ୟରେ ବକ୍ରୃତା ପ୍ରତିଯୋଗିତା ଆଦି ଆୟୋଜନ କରାଯିବ ବୋଲି ଶ୍ରୀ ପାଢ଼ୀ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଜିଲ୍ଲା ସ୍ୱଳ୍ପସଂଚୟ ଅଧିକାରୀ ସତ୍ୟନାରାୟଣ ବେହେରା ଏବଂ ସ୍ୱଳ୍ପ ସଂଚୟ ବିଭାଗର ଅନ୍ୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର