ରାୟଗଡା: ୨୦୧୦ ମସିହାରେ ଭାଗିରଥୀ ମାଣ୍ଡାଙ୍ଗିଙ୍କୁ ହତ୍ୟା କରାଯାଇଥିଲା। ଏନେଇ ନା ମାଣ୍ଡାଙ୍ଗି ପରିବାର ନା ଆଦିବାସୀ ସମାଜ ନ୍ୟାୟ ପାଇପାରିଲା। ତେଣୁ ଆମେ ଆଦିବାସୀ ଦିବସକୁ ପ୍ରତ୍ୟାଖାନ କରୁଛୁ ବୋଲି ବୁଧବାର ସାମ୍ବାଦିକ ସମ୍ମିଳନୀରେ ଗର୍ଜିଥିଲେ ଆଦିବାସୀ। ଏକ ଘରୋଇ ହୋଟେଲରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀ ଆଦିବାସୀ ମହାସଂଘର ବସନ୍ତ ପୁଆଲା, ତିମାନା ପୁଆଲା, ଜଗନ୍ନାଥ ମାଣ୍ଡାଙ୍ଗି, ସତ୍ୟବାନ ମାଣ୍ଡାଙ୍ଗି, ଶଂକର ସିଲକାର ପ୍ରମୁଖ ଉପସ୍ଥିତ ରହି ଭାଗରଥୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଆନ୍ଧ୍ରପ୍ରଦେଶର ଏକ ନାଳରେ ଫିଙ୍ଗି ଦିଆଯାଇଥିଲା। ଏଥିରେ ବହୁ ବଡ଼ବଡ଼ ନେତାଙ୍କ ହାତ ରହିଥିବା ବେଳେ ଶାସକ ଦଳ ହିଁ ଶାସକ ଦଳର ନେତାଙ୍କୁ ହତ୍ୟା କରିଥିବା ଅଭିଯୋଗ ଆଣିଥିଲେ।
ଆଦିବାସୀ ମହାସଂଘ ଏନେଇ କେଶ ରୁଜୁ କରିଥିବା ବେଳେ କ୍ରାଇମବ୍ରାଞ୍ଚ ଓ ସିଆଇଡି ତରଫରୁ ମଧ୍ୟ କେଶ ରୁଜୁ ହୋଇ ତଦନ୍ତ କରାଗଲା। କିନ୍ତୁ ଆଜିକୁ ୧୩ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ନ୍ୟାୟ ମିଳିପାରିଲା ନାହିଁ ବୋଲି ଅଭିଯୋଗ କରିଥିଲେ। ହାଇକୋର୍ଟ ସହ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ମହାସଂଘ ଯାଇଥିଲା। ତେବେ ହାଇକୋର୍ଟରେ କେଶ ରହିଥିବାରୁ ସୁପ୍ରିମକୋର୍ଟ ତଳ କୋର୍ଟକୁ ଯିବାକୁ ନିର୍ଦେଶ ଦେଇଥିଲେ। ପୁଲିସ ଡିଜି ସହ ସମସ୍ତ ଅଧିକାରୀଙ୍କୁ ଭେଟି ବାରମ୍ବାର ଦାବି ଜଣାଉଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା କହିଥିଲେ। ଯେତେଦିନ ପର୍ଯ୍ୟନ୍ତ ଆମକୁ ନ୍ୟାୟ ମିଳିବ ନାହିଁ ସେତେଦିନ ପର୍ଯ୍ୟନ୍ତ ଆମେ ବିଶ୍ବ ଆଦିବାସୀ ଦିବସ ପାଳନ କରିବୁ ନାହିଁ ବୋଲି କୁହାଯାଇଥିଲା। ଯେଉଁ ଦିନ ନ୍ୟାୟ ମିଳିବ ଏବଂ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ସେହି ଦିନ ମହାଆଡମ୍ବରରେ ମହାମିଳନ ହେବ ବୋଲି କହିଥିଲେ।
ଆଉ ଏକ ଗୋଷ୍ଠୀ ଆଦିବାସୀ ଦିବସ ପାଳନ କରୁଥିବା ନେଇ ପ୍ରଶ୍ନ କରାଯିବାରୁ ଏହାକୁ କିଛି ଶାସକ ଦଳର ନେତା ଲୋକଙ୍କୁ ଭୁଆଁ ବୁଲାଇ ମତାଇ ଏହି ଦିବସ ଆୟୋଜନ ପାଇଁ ସହଯୋଗ କରିଛନ୍ତି। ଆଦିବାସୀଙ୍କୁ ଦୁଇ ଭାଗ କରିବାରେ କିଛି ନେତାଙ୍କ କୁଚକ୍ର ଚାଲିଛି। ଆଦିବାସୀଙ୍କୁ ଆଦିବାସୀଙ୍କ ମଧ୍ୟରେ ଲଢେଇ କରାଇବା ପାଇଁ ଏହା ଏକ ପ୍ରୟାସ ବୋଲି କୁହାଯାଇଛି। ଜଣେ ଆଦିବାସୀ ଭାଇକୁ ହତ୍ୟା କରାଯିବ ଏବଂ ଏହାର ନ୍ୟାୟ ମିଳିବ ନାହିଁ। ତେବେ ଆମେ କିପରି ଆଦିବାସୀ ବୋଲି ପ୍ରଶ୍ନ କରିଥିଲେ।ଆଦିାବସୀ ଦିବସ ସେହିଦିନ ପାଳନ ହେବ ଯେଉଁ ଦିନ ଆଦିବାସୀଙ୍କୁ ନ୍ୟାୟ ଓ ତାର ହକ୍ ମିଳିବ। ଭାଗରଥୀ ହତ୍ୟା ପଛରେ କିଛି ନେତାଙ୍କ ହାତ ଥିବା ସଫା ସଫା କହିଥିଲେ।କ୍ରାଇମବ୍ରାଞ୍ଚର ନାକ ତଳେ ହତ୍ୟାକାରୀ ବୁଲୁଥିଲେ ମଧ୍ୟ ତାକୁ ଗିରଫ କରିବାରେ ପୁଲିସ ବିଫଳ ହୋଇଛି। ଏହି କେଶକୁ ଯିଏ ତଦନ୍ତ କରୁଛି ସେ କିଛି ଦିନ ମଧ୍ୟରେ ବଦଳି ହୋଇଯାଉଥିବା କୁହାଯାଇଥିଲା। ତେବେ ଆଗାମୀ ଦିନରେ ଯଦି ଏହାର କୌଣସି ନ୍ୟାୟ ନମିଳେ,ତେବେ ଆଦିବାସୀଙ୍କର କୌଣସି ଦିବସ ପାଳନ ହେବ ନାହିଁ ବୋଲି କୁହାଯାଇଛି।