ରାଉରକେଲା: ବର୍ଷା ଉଭାନ ହୋଇଯାଇଥିବାରୁ ସୁନ୍ଦରଗଡ଼ ଜିଲ୍ଲାରେ ବଢ଼ିଯାଇଛି ଚାଷୀଙ୍କ ଚିନ୍ତା। ଚାଷ ଜମିରେ ପାଣି ଟୋପେ ନଥିବାରୁ ଆଦିବାସୀ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ବର୍ଷା ପାଇଁ ଆଦିବାସୀ ଚାଷୀ ଓ ସେମାନଙ୍କ ପରିବାର ଆଜି ବ୍ରାହ୍ମଣୀଦେବୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। କୁଆରମୁଣ୍ଡା ବ୍ଲକ ଅନ୍ତର୍ଗତ ଚୈନପୁରରେ ଶତାଧିକ ଶ୍ରଦ୍ଧାଳୁ ମା’ ବ୍ରାହ୍ମଣୀଦେବୀଙ୍କୁ ପୂଜାର୍ଚ୍ଚନା କରିଥିଲେ। ବ୍ରାହ୍ମଣୀଦେବୀଙ୍କୁ ପୂଜାର୍ଚ୍ଚନା କଲେ ବର୍ଷା ହୋଇଥାଏ ବୋଲି ସେମାନଙ୍କର ବିଶ୍ବାସ ରହିଛି। ଏଥିପାଇଁ ସକାଳୁ ତେଲିପୋଷ, ଭଡାଟୋଲା, ଚୁଟିଆଟୋଲା, ଭାଲୁଡୁମେର ଆଦି ଗ୍ରାମର ୩୦୦ରୁ ଅଧିକ ଚାଷୀ ଓ ସେମାନଙ୍କ ପତ୍ନୀ ମା’ ବ୍ରାହ୍ମଣୀଦେବୀଙ୍କ ନିକଟରେ ଏକାଠି ହୋଇଥିଲେ।
ରିତୀନୀତି ଅନୁଯାୟୀ ମା’ଙ୍କୁ ପୂଜାର୍ଚ୍ଚାନା କରିଥିଲେ। ଶତାଧିକ ମହିଳା ନିକଟସ୍ଥ ନଦୀରୁ କଳସରେ ଜଳ ଆଣି ମା’ଙ୍କୁ ଗାଧୋଇ ଦେଇଥିଲେ। ଚାଷ ଜମିରେ ବର୍ଷା ପାଣି ଭରିଦେବାକୁ ଚାଷୀ ଓ ସେମାନଙ୍କ ପତ୍ନୀ ମା’ଙ୍କୁ ପ୍ରାର୍ଥନା କରିଥିଲେ। ପୂର୍ବାହ୍ନ ୯ଟାରୁ ଅପରାହ୍ନ ପ୍ରାୟ ୨ଟା ପର୍ଯ୍ୟନ୍ତ ବେଶ୍ ଧୁମ୍ଧାମରେ ପୂଜାର୍ଚ୍ଚନା ଚାଲିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/WhatsApp-Image-2022-07-31-at-8.47.21-PM.jpeg)