ଅନୁଗୁଳ: ଅନୁଗୁଳ ଜିଲ୍ଲା କଲ୍ୟାଣୀ ନର୍ସିଂ ହୋମରେ ସୋମବାର ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଛି।
ସୂଚନାଯୋଗ୍ୟ, ଅନୁଗୁଳ ହାକିମପଡ଼ାର ପ୍ରଦୀପ କୁମାର ପ୍ରଧାନଙ୍କ ସ୍ୱାସ୍ଥ୍ୟାବସ୍ଥା ଶୋଚନୀୟ ହୋଇପଡ଼ିଥିଲା। ତାଙ୍କୁ ଚିକିତ୍ସା ପାଇଁ ଅନୁଗୁଳର କଲ୍ୟାଣୀ ନର୍ସିଂ ହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଭୁଲ ଇନ୍ଜେକ୍ସନ୍ ଦେଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ପ୍ରଦୀପ କୁମାର ପ୍ରଧାନଙ୍କ ମୃତ୍ୟୁ ଖବର ଡାକ୍ତରଙ୍କଠାରୁ ପାଇବା ପରେ ସ୍ଥାନୀୟଲୋକଙ୍କ ମଧ୍ୟରେ ଉତ୍ତେଜନା ଦେଖା ଦେଇଥିଲା। ଉତ୍ତେଜିତ ଲୋକ ଓ ମୃତକଙ୍କ ପରିବାରଲୋକ ନର୍ସିଂହୋମ ଭଙ୍ଗାରୁଜା କରିବା ଆରମ୍ଭ କରି ଦେଇଥିଲେ। ପୁଲିସ ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଛାସୁଝା କରିବା ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/33.jpg)