ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବ୍ଲକ ଅନ୍ତର୍ଗତ କଳିଙ୍ଗା ଗ୍ରାମପଞ୍ଚାୟତ ୪ ନମ୍ବର ୱାର୍ଡର ଗଞ୍ଜୁଗୁଡ଼ା ଗ୍ରାମରେ ଥିବା ଆଦର୍ଶ ଅଙ୍ଗୱାଡ଼ି କେନ୍ଦ୍ରରେ ପିଲାଙ୍କ ନିମନ୍ତେ ନାହିଁ ବିଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା। ସରକାର ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ର ନିମନ୍ତେ ପିଇବା ପାଣିର ବ୍ୟବସ୍ଥା ସଙ୍ଗେ ସଙ୍ଗେ ପାଣି ଟାଙ୍କିର ବ୍ୟବସ୍ଥା କରୁଛନ୍ତି। କିନ୍ତୁ ଏହି ଅଙ୍ଗନୱାଡ଼ି ନିମନ୍ତେ କୌଣସି ବ୍ୟବସ୍ଥା କରାଯାଇନାହିଁ। ଏହି ଅଙ୍ଗନୱାଡ଼ି ନିକଟରେ ଏକ ନଳକୂପ ଅଛି। କିନ୍ତୁ ଦୀର୍ଘ ୧୨ ବର୍ଷରୁ ଊର୍ଦ୍ଧ୍ବ ହେବ ଏହା ପିଇବା ଉପଯୋଗୀ ନୁହଁ। ଏଠାରୁ ସଂପୂର୍ଣ୍ଣ କାଦୁଅ ଏବଂ ତେଲିଆ ପାଣି ବାହାରୁଥିବା ଅଭିଭାବକ ଓ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।
/sambad/media/post_attachments/wp-content/uploads/2024/01/IMG-20240109-WA0182.jpg)
ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିବା ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏଣୁ ଯଥାଶୀଘ୍ର ଏହି ଅଙ୍ଗନୱାଡ଼ି କେନ୍ଦ୍ରରେ ପାଣି ଟାଙ୍କି ବସାଇବା ସଙ୍ଗେ ସଙ୍ଗେ ବିଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା କରିବା ସହିତ ଖରାପ ନଳକୂପର ମରାମତି ନିମନ୍ତେ ଗ୍ରାମବାସୀ ଏବଂ ଅଭିଭାବକମାନେ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/IMG-20240109-WA0181.jpg)