ଏକ୍ସମାସ ଫୁଟବଲ ଟୁର୍ନାମେଣ୍ଟ: ଏକମ୍ବା ଓ ମକାପୁଟ ବିଜେତା  

ଜୟପୁର : ଜୟପୁର ସିୱାଇଏ ପକ୍ଷରୁ ଜେଇଏଲସି ଜୁଭିଲି ଗ୍ରାଉଣ୍ଡ ଠାରେ ଚାଳିଥିବା ଏକ୍ସମାସ ଫୁଟବଲ ଟୁର୍ନାମେଣ୍ଟରେ ଆଜି ୨ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମ ମ୍ୟାଚରେ ଏକମ୍ବା ଦଳ ଡଙ୍ଗରଦେବୀ ଦଳକୁ ୧-୦ରେ ହରାଇ  ପରବର୍ତ୍ତୀ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ୨ୟ ମ୍ୟାଚଟି କୋରାପୁଟ କୁମ୍ଭା ସହ ମକାପୁଟ ଦଳ ମଧ୍ୟରେ ଚିତ୍ତାକର୍ଷକ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଖେଳ ଶେଷ ପର୍ଯ୍ୟନ୍ତ କେହି କାହାରିକୁ ଗୋଲ ଦେଇ ପାରିନଥିଲେ । ପେନାଲଟି ସୁଟ୍ ଆଉଟରେ ମକାପୁଟ ଦଳ  ୫-୪ରେ ବିଜେତା ହୋଇଥିଲେ। ଏଥିରେ ରେଫରୀ ଭାବେ ସପନ କୁମାର ନାଗ, ଜୋନ ହରିଜନ, ‌ଡ୍ୟାଭିଡ୍ ସୁନା ଓ ସିତେଶ ଗୋଲରୀ ଖେଳ ପରିଚାଳନା କରିଥିଲେ। ଏଥିରେ ଅତିଥି ଭାବେ ଚିତ୍ତରଂଜନ ପାତ୍ର, ସୀତାରାମ, ସବିତ ଧାନପୁଲ ଯୋଗ ଦେଇଥିଲେ । ପ୍ରତିଯୋଗିତାକୁ ଜୋନ ହରିଜନ, ଯୁଗୋଳ ନାଗ, ରବି ଗରଡ଼ା, ରାଜିବ , ବାବୁନୁ ଅନକା, ପ୍ରମୁଖ ପରିଚାଳନା କରିଥିଲେ ।

 

 

 

ସମ୍ବନ୍ଧିତ ଖବର