ଲାଞ୍ଚ ଅଭିଯୋଗରେ ୟାର୍ଡମେନ୍‌ଙ୍କୁ ବର୍ଷେ ଜେଲ୍‌

ବାଲେଶ୍ବର: ବାଲେଶ୍ବର ଭିଜିଲାନ୍ସ ଅଦାଲତରେ ବିଚାରାଧୀନ ଥିବା ୨୦୧୧ ମସିହାର ଏକ ଲାଞ୍ଚ ମାମଲାର ବିଚାର କରାଯାଇ ଦୋଷୀସାବ୍ୟସ୍ତ ହୋଇଥିବା କହ୍ନେଇଲାଲ ସର୍ଦାରକୁ ଏକ ବର୍ଷ ଜେଲ ଦଣ୍ଡ ଶୁଣାଣି ହୋଇଛି। ଏଥିସହ ୭୦୦୦ ଟଙ୍କାର ଜରିମାନା ଦେବାକୁ ଆଦେଶ ଦିଆଯାଇଥିବା ବେଳେ ଏହା ଅନାଦାୟ ହେଲେ ଆଉ ୨ ମାସ ଅଧିକ ଜେଲଦଣ୍ଡ ଭୋଗିବାକୁ ରାୟରେ ଉଲ୍ଲେଖ କରାଯାଇଛି।

ସୂଚନା ଥାଉକି, ବାଲେଶ୍ବର ଆରଏମସିରେ ୟାର୍ଡ ମେନ୍‌ ଥିବା ସମୟରେ ଅଭିଯୁକ୍ତ କହ୍ନେଇଲାଲ ସର୍ଦ୍ଦାର ସେରଗଡ଼ ଠାରେ ଏକ ମାଛ ଯାଆଁଳ ବୋଝେଇ ମହେନ୍ଦ୍ର ପିକ୍‌ଅପ୍‌ ଭ୍ୟାନ୍‌ରୁ ୬୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ତାଙ୍କ ଗିରଫ କରାଯିବା ସହ ଭିଜିଲାନ୍ସରେ କୋର୍ଟରେ ମାମଲା ବିଚାରାଧୀନ ଥିଲା। ବାଲେଶ୍ବର ଭିଜିଲାନ୍ସର ପୂର୍ବତନ ଇନ୍ସପେକ୍ଟର ୟୁକେ ପଣ୍ଡା ଏହି ମାମଲାର ତଦନ୍ତ କରିଥିଲେ। ଆଜି ଭିଜିଲାନ୍ସ ଅଦାଲତରେ ରାୟ ଶୁଣାଣି ବେଳେ ସ୍ବତନ୍ତ୍ର ପିପି ସେକ୍‌ ହାଜିରୁଦ୍ଦିନ ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର