ଲକ୍ଷ୍ମୀପ୍ରସାଦ: ବୌଦ୍ଧ ଜିଲ୍ଲା ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ନାରାୟଣନଗର ଗ୍ରାମର ସୁବାଷ ମେହେର ୩୫ ବର୍ଷରେ ବୟସରେ ୨୦୧୮ ମସିହାରେ ମନମୁଣ୍ଡା ଠାରେ ଏକ ଗାଡି ଦୁର୍ଘଟଣାରେ ମୃତ୍ୟୁ ବରଣ କରିଛନ୍ତି। ମୃତ୍ୟୁ ବରଣ କରିବାର ୫ ବର୍ଷରୁ ଅଧିକ ଦିନ ବିତି ଯାଇଥିବା ବେଳେ ଦୁର୍ଘଟଣା ଜନିତ ସରକାରୀ ସହାୟତା ତାଙ୍କ ପରିବାରକୁ ମିଲି ପାରିନାହିଁ। ସରକାରୀ ସହାୟତା ପାଇଁ ପଞ୍ଚାୟତ ଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ ଗୁହାରି କରିଥିଲେ ମଧ୍ୟ ଦୁର୍ଘଟଣା ସହାୟତା ମିଳି ନଥିବା ବୋଲି କୋହ ଭରା କଣ୍ଠରେ କହିଛନ୍ତି ସୁବାଷଙ୍କ ବିଧବା ପତ୍ନୀ ଯଶୋଦା ମେହେର।
Advertisment
କେବଳ ଘର ଡିହ ଖଣ୍ଡିକ ଛାଡ଼ି ଦେଇ ଆଉ କିଛି ସମ୍ବଳ ନାହିଁ। ପଞ୍ଚାୟତ ପକ୍ଷରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ କେବଳ ଘର ଖଣ୍ଡିଏ ମିଳିଛି। ସ୍ବାମୀ ଠିକ୍ ଥିବାବେଳେ ଲୁଗା ବୁଣି ଓ ଡ୍ରାଇଭର କାମ କରି ବେସ୍ ଦୁଇ ପଇସା କମାଇ ଖୁସିରେ ପରିବାର ଚଳୁଥିଲେ। ସ୍ବାମୀଙ୍କ ଦେହାନ୍ତ ହେଲା ପରେ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ୍ୟ କାଳାତିପାତ କରୁଛନ୍ତି ଯଶୋଦା। ଦୁଇଟି ଝିଅ ଓ ଗୋଟେ ପୁଅକୁ ନେଇ ଯଶୋଦାଙ୍କ ପରିବାର। ବଡ଼ ଝିଅ ଦେବକୀ (୧୭) ଦଶମ ପାସ କଲାପରେ ଅର୍ଥାଭାବ ଯୋଗୁ ପାଠପଢ଼ାରେ ତାର ଡୋରି ବାନ୍ଧିଛି। ମାଆକୁ ଦୁଇ ପଇସା ଯୋଗାଇ ଦେବାକୁ ମାମୁଁଘର ଲୁଗାବୁଣା କାମ ଶିଖୁଛି। ମଝିଆଁ ହେଉଛି ପୁଅ କେଶବ। କେଶବ ମେହେର(୧୩) ଏବେ ସପ୍ତମ ଶ୍ରେଣୀରେ ଗାଁ ବିଦ୍ୟାଳୟରେ ପାଠ ପଡୁଛି। ସାନ ଝିଅ କ୍ରିଷ୍ଣା ମେହେର(୬) ଏବେ ପ୍ରଥମ ଶ୍ରେଣୀରେ ପାଠ ପଢୁଛି। କିନ୍ତୁ ଅର୍ଥାଭାବ ଯୋଗୁ କାହାକୁ ବି ଟିଉସନ୍ ଦେଇ ପାରୁ ନାହିଁ ବୋଲି କହିଛନ୍ତି ଯଶୋଦା।
ସେପଟେ ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ପାଇପାରି ନଥିବା ବେଳେ କେବଳ ପଞ୍ଚାୟତ ପକ୍ଷରୁ ଭତ୍ତା, ଗୋଟିଏ ଘର ଓ ଉଜ୍ଜଳ। ଯୋଜନାରେ ଗ୍ୟାସଟିଏ ମିଳିଛି। ଏପରିକି ସବ ସତ୍କାର ପାଇଁ ହରିଶ୍ଚନ୍ଦ୍ର ଯୋଜନାରୁ ବଞ୍ଚିତ ହୋଇଛନ୍ତି ତାଙ୍କ ପରିବାର। ରାସନ କଡ଼ ମାଧ୍ୟ୍ୟମରେ ତାଙ୍କ ପରିବାରକୁ କେବଳ ୨୦ କେଜି ଚାଉଳ ମିଳିଛି ହେଲେ ଅନ୍ତଦ୍ୟୋୟ ଅର୍ଣ୍ଣପୂର୍ଣ୍ଣା ଯୋଜନାରେ ତାଙ୍କୁ ସାମିଲ କରାଯାଇ ନଥିବାରୁ ୨୫ କେଜି ଚାଉଳ ମିଳି ପାରିନାହିଁ। ରାଜ୍ୟ ସରକାର ସମସ୍ତ ପରିବାରକୁ ପାଇଖାନା ଯୋଗାଇ ଦେଇଥିବା ବେଳେ ଏଥିରୁ ସେ ବାଦ ପଡିଛନ୍ତି। ରାଜ୍ୟ ସରକାର ବୁଣାକାର ପରିବାର ଯୋଜନାରେ ଦେଉଥିବା ବୀମା ଯୋଜନା ପ୍ରାୟ ଦୁଇବର୍ଷ ହେଲା ବନ୍ଦ କରି ଦେଇଥିବାରୁ ସେଥିରୁ ମଧ୍ୟ ବଞ୍ଚିତ ହୋଇଛନ୍ତି।
ଏପରିକି ବୁଣାକାର ପରିବାର ଯୋଜନାରେ ବିଭାଗ ତରଫରୁ କୌଣସି ଯୋଜନା ଯେପରି, ଲୁଗା ବୁଣିବା ପାଇଁ ମେସିନ୍ ମଙ୍ଗା, ମଙ୍ଗାଗାଡ଼, ଇନଭଟର, ଯାକେଟ ଓ ଅନ୍ୟାନ୍ୟ ଯାହାବି ସୁବିଧା ଅଛି ସବୁଥିରୁ ବଞ୍ଚିତ ହୋଇଛନ୍ତି ଯଶୋଦାଙ୍କ ପରିବାର ଲୋକେ। ଅପରପକ୍ଷରେ ଜଣେ ଦଲାଲ୍ ଯଶୋଦାଙ୍କ ଠାରୁ ୨୫ ଶହ ଟଙ୍କା ନେଇ ଚାରିମାସ ହୋଇଛି ବିଦ୍ୟୁତ ଖୁଣ୍ଟରୁ ବିଦ୍ୟୁତ ସଂଯୋଗ ଦେଇଛି। ସେଇ ଦଲାଲ କାହା ଠାରୁ ପୁରୁଣା ମିଟର ଆଣି ଯଶୋଦାଙ୍କ ଘରେ ଲଗାଇ ଦେଇ ଚାଲି ଯାଇଥିବା ବେଳେ ତାହାକୁ ନେଇ ଯଶୋଦା ଚିନ୍ତାରେ ପଡିଛନ୍ତି। ବିଦ୍ୟୁତ ବିଲ ଦେବା ପାଇଁ ଆସିଥିବା ଅଧିକାରୀ ତାଙ୍କ ନାମରେ ତାହା ନଥିବାରୁ ଅଧିକ ଟଙ୍କା ଆସିବ ବୋଲି ସେ ବିଲ ନ କାଟି ଫେରି ଯାଇଥିଲେ। ଏନେଇ ସେ ବାଉଶୁନି ନିର୍ବାହୀ ଯନ୍ତ୍ରୀଙ୍କ ପାଖକୁ ଯାଇ ଅଭିଯୋଗ କରିଥିଲେ ମଧ୍ୟ୍ୟ ତାହା କଥା କାର୍ଯ୍ୟକାରି କରାଯାଇ ନାହିଁ। ଯଦି ଏଭଳି ଜଣେ ଅସହାୟ ମହିଳା ସରକାରୀ ସହାୟତା ଠିକରେ ପାଇ ପାରେ ନାହିଁ ତାହେଲେ ଯୋଜନା କାହାପାଇଁ ତାହା ସରକାରଙ୍କୁ ହିଁ ଜଣା। ଯଦି ଜଣେ ନିଃସହାୟ ମହିଳା ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଥିଲେ ମଧ୍ୟ ତାହା ଅସହାୟ ଗରିବଙ୍କ ପାଖରେ ପହଞ୍ଚି ପାରେ ନାହିଁ। ସେଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଯଶୋଦା ମେହେରଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।