ପ୍ରତିଶ୍ରୁତିକୁ ୫ ମାସ ବିତିବ, ବକେୟା ପ୍ରାପ୍ୟ ମିଲିଲାନି; ମୁଖ୍ୟମନ୍ତ୍ରୀଙ୍କୁ ଦାବି ଜଣାଇଲେ କଳାକାର ଓ କର୍ମଚାରୀ ସଂଘ

ବାଲେଶ୍ୱର: ବକେୟା ପ୍ରାପ୍ୟ ନ ମିଳିବାକୁ ନେଇ ଯାତ୍ରା ପାର୍ଟି କଳାକାର ଓ କର୍ମଚାରୀ ସଂଘ ଜିଲ୍ଲାପାଳଙ୍କୁ ଭେଟି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କରୋନା ପାଇଁ ଯାତ୍ରା ପାର୍ଟି ସବୁ ବନ୍ଦ ହୋଇଯିବାରୁ ଯାତ୍ରା ପାର୍ଟି ମାଲିକ ଶହଶହ କଳାକାର ଓ କର୍ମଚାରୀଙ୍କୁ ଅଳ୍ପ କିଛି ଟଙ୍କା ଦେଇଥିଲେ। ବାକି ଟଙ୍କା କିଛିଦିନ ଭିତରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ଆଜକୁ ୫ମାସ ହେବ ପ୍ରାପ୍ୟ ଟଙ୍କା ମିଳିଲା ନାହିଁ।

କରୋନା ମହାମାରୀରେ ରୋଜଗାର ଠପ୍‌ ହୋଇଯାଇଥିବା ବେଳେ ବକେୟା ଟଙ୍କାକୁ ଅପେକ୍ଷା କରି ବହୁ କଳାକାର ଓ ୩ ଶହରୁ ଅଧିକ କର୍ମଚାରୀ ଦୁର୍ଦ୍ଦିନରେ ସମୟ କାଟୁଛନ୍ତି। ଅପେରାର ମାଲିକଙ୍କ ଏପରି ନିଷ୍ଠୁରପଣକୁ ନେଇ ସଂଘ ନିନ୍ଦା କରିଛି। ଆଗାମୀ ଦିନରେ ବକେୟା ପ୍ରାପ୍ୟ ନ ମିଳିଲେ ଧାରଣା ଦିଆଯିବ ବୋଲି ସଂଘ ଚେତାବନୀ ଦେଇଛି। ଦୈତାରୀ ପଣ୍ଡା, ବସନ୍ତ ବେହେରା, ବାପି ପଣ୍ଡା, ମୃତ୍ୟୁଞ୍ଜୟ ବେହେରା, ଚନ୍ଦନ ଆଲଡ଼ା, ସହଦେବ ବେହେରା, ନନ୍ଦଲାଲ ସିଦ୍ଧୁ ଓ ଶ୍ରୀଧେଶ୍ୱର ସିଦ୍ଧୁଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀମାନେ ଏହି ଦାବିପତ୍ର ଦେବା ବେଳେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର