ଖୋର୍ଦ୍ଧା: ଖୋର୍ଦ୍ଧା ଉପକଣ୍ଠ ଦଳେଇପୁଟ ଠାରେ ଥିବା କନକ ମଞ୍ଜରୀ ବ୍ରଜବନ୍ଧୁ ବୈଷୟିକ ମହାବିଦ୍ୟାଳୟ ପକ୍ଷରୁ ଶନିବାର ଅନୁଷ୍ଠାନର ପ୍ରଥମ ବର୍ଷର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ କର୍ମଚାରୀଙ୍କୁ ନେଇ ଏକ ଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନ ପରିସରରେ ଅନୁଷ୍ଠିତ ଏହି ଯୋଗ ଶିବିରକୁ ସ୍ବସ୍ତିକ ଯୋଗ କେନ୍ଦ୍ରର ଯୋଗଗୁରୁ ତଥା ଭାରତୀୟ ବାୟୁସେନାର ପୂର୍ବତନ ଅଧିକାରୀ ପ୍ରତାପ କୁମାର ମିଶ୍ର ଓ ତାଙ୍କ ସହଯୋଗୀମାନେ ପରିଚାଳନା କରିଥିଲେ। ଶ୍ରୀମିଶ୍ର, ମନୁଷ୍ୟ ଜୀବନରେ ଯୋଗର ଆବଶ୍ୟକତା ଓ ଭାରତୀୟ ସଂସ୍କୃତିରେ ଯୋଗର ପରମ୍ପରା ସମ୍ପର୍କରେ ଆଲୋଚନା କରିଥିଲେ। ଯୋଗ, ପ୍ରାଣାୟମ ଆଦି ଶିଖାଇବା ସହ ଦୈନିକ ଯୋଗ ଅଭ୍ୟାସ କରିବାକୁ ଶିବିରରେ ଯୋଗଦେଇଥିବା ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ।

Advertisment

ଏହାପରେ ଅଧ୍ୟକ୍ଷ ଡଃ. ସୌମ୍ୟଦର୍ଶନ ମହାନ୍ତି ଅନୁଷ୍ଠାନ ପକ୍ଷରୁ ଶ୍ରୀମିଶ୍ରଙ୍କ ସମେତ ସୁଦୀପ୍ତ ମହାନ୍ତି, ପ୍ରଦୀପ ରାଉତ, ରଞ୍ଜନ ବେହେରାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ନୂତନ ଛାତ୍ରଛାତ୍ରୀଙ୍କ ନିମନ୍ତେ ଏଭଳି ଜୀବନ ବିକାଶ ସମ୍ପର୍କିତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜନ କରିଥିବାରୁ ‘ସମ୍ବାଦ’ ଅନୁଷ୍ଠାନ ସମୂହର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, ନିର୍ଦ୍ଦେଶକ (ପ୍ରଶାସନ) ପ୍ରଫେସର ସରୋଜ କୁମାର ପଣ୍ଡାଙ୍କୁ କୃତଜ୍ଞତା ଜଣାଇଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟାପିକା ଦେବସ୍ମିତା ଦାସ ଓ ଅନ୍ୟମାନେ ପରିଚାଳନା କରିଥିଲେ।