ବିଏସଏଫ ଯବାନଙ୍କ ଦ୍ଵାରା ଯୋଗ ଶିବିର

ବୈପାରୀଗୁଡା: ସାରା ଦେଶରେ ଜୁନ ୨୧ ତାରିଖକୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଥିବାବେଳେ ଏହାକୁ ଆଖି ଆଗରେ ରଖି ସ୍ଥାନୀୟ ୧୫୧ ବିଏନ ବିଏସଏଫ ପକ୍ଷରୁ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଏସଏଫ କମାଣ୍ଡଡେଣ୍ଟ ଅଜୟ କୁମାରଙ୍କ ନିର୍ଦ୍ଦେଶନାରେ ଆୟାଜିତ ଉକ୍ତ କାର୍ଯ୍ୟକ୍ରମରେ ବୈପାରିଗୁଡା ସରକାରୀ ଉଚ୍ଚବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଯୋଗ ପ୍ରଶିକ୍ଷଣ ଦିଆଯାଇଛି। ଏହି ଅବସରରେ ଯୋଗ ପ୍ରଶିକ୍ଷକ ବିଏସଫର ଏସଆଇ ପ୍ରଦିପ କୁମାର ଉପସ୍ଥିତ ଛାତ୍ରଛାତ୍ରୀ ଓ ଉପସ୍ଥିତ ବିଏସଏଫ ଯବାନ ମାନଙ୍କୁ ଯୋଗର ଉପକାରିତା ବିଷୟରେ ବୁଝାଇଥିଲେ।

ଏଥିରେ ମନୁଷ୍ୟ କିପରି ନିରୋଗ ରହିବା ସହ ସୁସ୍ଥ ରହିବେ, ପ୍ରତ୍ୟେକ ଦିନ ଜଣେ ମଣିଷ ଯଦି ୩୦ ମିନିଟ ଯୋଗ କରେ, ତେବେ ସେ ନିଶ୍ଚିତ ଭାବରେ ନିଜ ଶରୀରକୁ ରୋଗ ମୁକ୍ତ କରିପାରିବ ଏବଂ କରୋନା ସଂକଟ ବେଳେ ଯୋଗାଭ୍ୟାସ, ପ୍ରାଣାୟମ ଅତ୍ୟନ୍ତ ଆବଶ୍ୟକ ବୋଲି ଯୋଗ ଗୁରୁ ସିଟି ଶିବ ପ୍ରକାଶ ଶୁକ୍ଲା କହିଛନ୍ତି। ଉକ୍ତ ଶିବିରରେ ଡେପୁଟି କମାଣ୍ଡର ମୁନୀ ରାଜଆପ୍ପା, ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମମତା ସଏଙ୍କ ସହ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ବିଏସଏଫ ଯବାନ ମାନେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର