ଯୁବ ଇଞ୍ଜିନିୟରିଂ ଛାତ୍ରଙ୍କ କରୋନାରେ ପରଲୋକ, ବୀରମହାରାଜପୁରରେ ଶୋକର ଛାୟା

ବୀରମହାରାଜପୁର: ଚାରି ଦିନ ଭିତରେ ସୁବର୍ଣ୍ଣପୁର ସହରରେ ଜଣଙ୍କ ଓ ବୀରମହାରାଜପୁରରେ ଜଣେ ଅବସରପ୍ରାପ୍ତ ଶିକ୍ଷକ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଖବର ଲୋକଙ୍କ ମନରୁ ଦୁଃଖ ଯାଇ ନ ଥିବା ବେଳେ ଗତ କାଲି ବୀରମହାରାଜପୁର ଚମ୍ପlମାଲ ଗାଁର ୨୦ ବର୍ଷର ଇଞ୍ଜିନିୟରିଂ ଛାତ୍ର ପ୍ରୀତମ ମହାରଣାଙ୍କ ବୁର୍ଲା କୋଭିଡ ମେଡିକାଲରେ କୋରାନା ମୃତ୍ୟୁ ଖବର ଏ ଅଂଚଳ ତଥା ଜ଼ିଲ୍ଲାବାସୀଙ୍କୁ ଚକିତ କରିଛି ।

ମିଳିଥିବା ସୂଚନା ଅନୁସାରେ ଚମ୍ପାମଳ ଗ୍ରାମର ନରେନ୍ଦ୍ର ମହାରଣାଙ୍କ ପୁତ୍ର ପ୍ରୀତମ ମହାରଣା ଖୋର୍ଦ୍ଧାର ଏକ ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ର । ସେଠାରୁ ବୀରମହାରାଜପୁର ଆସିବାପରେ ୨୬ ତାରିଖ ଦିନ ତାଙ୍କୁ ଜ୍ବର ସୋଇଥିଲା । ଚିକିତ୍ସା ପାଇଁ ତାଙ୍କୁ ତୁରନ୍ତ ବୀରମହାରାଜପୁର ଡାକ୍ତରଖାନା ନିଆଯାଇଥିଲା । ସେଠାରୁ ତାଙ୍କୁ ସୁବର୍ଣ୍ଣପୁର ଜିଲ୍ଲା ସଦରମହକୁମା ପଠାଇଥିଲେ ଡାକ୍ତର । କିନ୍ତୁ ସୁବର୍ଣ୍ଣପୁରର ଜିଲ୍ଲା ଡାକ୍ତରଖାନାରେ ପ୍ରୀତମଙ୍କ ଅକସିଜେନ୍ ସ୍ତର କମିବା ସହିତ ପଲସ୍ ରେପ୍ ମଧ୍ୟ କମିବାରୁ ଡାକ୍ତର ତାଙ୍କୁ ତୁରନ୍ତ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ସେଠାରେ ତାଙ୍କର ଚିକିତ୍ସା ଚାଲିଥୀବା ଅବସ୍ଥାରେ ମଙ୍ଗଳ ବାର ଦିନ ମୃତ୍ୟୁ ଘଟିଥିଲା ।

ଏଘଟଣାଟି ବୀରମହାରାଜପୁର ଜଣା ପଡ଼ିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ପ୍ରୀତମ ମହାରଣା ଜଣେ ମେଧାବୀ ଛାତ୍ର ଓ ମେଳାପି ପିଲା ହୋଇଥିବାରୁ ତାଙ୍କ ସାଙ୍ଗ ସାଥି ମହଲରେ ମଧ୍ୟ ଶୋକରେ ଛାୟା ଖେଳିଯାଇଛି । ପ୍ରୀତମ ତାଙ୍କ ପଛରେ ତାଙ୍କର ପିତା ନରେନ୍ଦ୍ର ମହାରଣା, ମାଁ ମନୋରମା ଓ ତାଙ୍କର ଇଞ୍ଜିନିୟରିଂ ଛାତ୍ରୀ ଭଉଣୀ ଓ ପରିବାର ବର୍ଗଙ୍କୁ ପଛରେ ଛାଡ଼ି ଯାଇଛନ୍ତି ।

ସମ୍ବନ୍ଧିତ ଖବର