ବଜ୍ରପା‌ତରେ ଯୁବଚାଷୀ ମୃତ

ଧର୍ମଶାଳା: ବଜ୍ରପାତରେ ଯୁବଚାଷୀଙ୍କ ମୃତ୍ୟୁ । ମୃତକ ହେଲେ ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଆରୁହା ଗ୍ରାମର ନୃସିଂହ ଚରଣ ଦାସଙ୍କ ପୁଅ ଅନିଲ(୩୪) । ଆଜି ପୂର୍ବାହ୍ଣରେ ଘର ନିକଟ ଚାଷଜମିକୁ କାମ କରିବାକୁ ଯାଇଥିବା ବେଳେ ୧୧.୧୦ରେ ବଜ୍ରପାତ ହେବାରୁ ସେ ଗୁରୁତର ହୋଇଥିଲେ । ପ୍ରଥମେ ତାଙ୍କୁ ବଡଚଣା ପରେ କଟକ ବଡଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା । ହେଲେ ଡାକ୍ତର ଅନିଲଙ୍କୁ ମୃତ ଘୋଷଣା କରିଥିଲେ ।

ସମ୍ବନ୍ଧିତ ଖବର