ଭଦ୍ରକ: ଆଦାନୀ ମେଡ଼ିକାଲ ଆଲମାରୀରୁ ଯୁବତୀ ଉଦ୍ଧାର, ଧରାପଡ଼ିଲା ପ୍ରେମଳୀଲା
ଚାନ୍ଦବାଲି: ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ଦୋସିଙ୍ଗା ପଂଚାୟତ କାର୍ଯ୍ୟାଳୟରେ ଶନିବାର ଅପରାହ୍ଣ ୨ଟା ୩୦ ମିନିଟ୍ରେ ଆଦାନୀ ତରଫରୁ ମେଡ଼ିକାଲ କାର୍ଯ୍ୟାଳୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। କମ୍ପାନି ତରଫରୁ ଡ଼ାକ୍ତରୀ ସେବା ଯୋଗାଇ ଦିଆଯାଉଥିବା ବେଳେ ଆଜି ମେଡ଼ିକାଲରେ ଥିବା ଆଲମାରୀରୁ ଜଣେ ଯୁବତୀକୁ ଉଦ୍ଧାର କରାଯାଇଛି। ଉଦ୍ଧାର ପରେ ମେଡ଼ିକାଲର ଫାର୍ମାସିଷ୍ଟ ସହିତ ଷ୍ଟାଫ ନର୍ସଙ୍କ ପ୍ରେମଳୀଲା ଚାଲିଥିବା ବେଳେ ଧରାପଡ଼ି ହଟହଟା ହେବାକୁ ପଡ଼ିଛି।
Sambad is now on WhatsApp
Join and get latest news updates delivered to you via WhatsApp
ମେଡ଼ିକାଲ ମଧ୍ୟରୁ ରୋଗୀ ମାନଙ୍କୁ ମାଗଣାରେ ସ୍ୱାସ୍ଥ୍ୟସେବା ଓ ମେଡ଼ିସିନ ସହିତ ଡ଼ାକ୍ତରୀ ଚିକିତ୍ସା ଯୋଗାଇ ଆଦାନୀ ତରଫରୁ ଦୋସିଙ୍ଗା ପଂଚାୟତରେ ମେଡ଼ିକାଲ କାର୍ଯ୍ୟାଳୟ ଖୋଲାଯାଇଛି। କମ୍ପାନି ତରଫରୁ ମଧ୍ୟ ଜଣେ ଡ଼ାକ୍ତର ଜଣେ ନର୍ସ ନିଳିମା ମାଳୀ( ଛଦ୍ମନାମ) ଓ ଜଣେ ଫାର୍ମାସିଷ୍ଟି ଶୁଭେନ୍ଦୁ ରାଉତ ନିଯୁକ୍ତି ପାଇଥିବା ବେଳେ ସ୍ଥାନୀୟ ଅଂଚଳର ଲୋକଙ୍କ ସେବା ଯୋଗାଇ ଆସୁଥିଲେ। ହେଲେ ଅପରାହ୍ଣ ୨ଟାରେ ଜଣେ ରୋଗୀ ସୁବିମଲ ନାମକ ଯୁବକ ଚିକିତ୍ସା ହେବାକୁ ଯାଇଥିବା ବେଳେ କବାଟ ବନ୍ଦ ହୋଇଥିବା ଘର ମଧ୍ୟରେ ଫାମାସିଷ୍ଟ ଓ ନର୍ସଙ୍କ ମଧ୍ୟରେ ଚାଲିଥିବା ପେମଲିଳା ଶବ୍ଦ ଶୁଣି ସଂଗେ ସଂଗେ ଗ୍ରାମର ଅନ୍ୟ ଲୋକଙ୍କୁ ଫୋନ ଯୋଗେ ଜଣାଇଥିଲେ। ତେବେ ଲୋକଙ୍କ ଆସୁଥିବା ଖବର ପାଇ ଫାର୍ମାସିଷ୍ଟ ଜଣଙ୍କ ନର୍ସଙ୍କୁ ଏକ ଆଲମାରୀ ମଧ୍ୟରେ ପୁରାଇ ଦେଇ ଚୁପ ହୋଇ ବସିଯାଇଥିଲା ଘଟଣା ସ୍ଥଳରେ ଗ୍ରାମବାସୀ ପହଁଚି ଥିବା ବେଳେ ଫାର୍ମାସିଷ୍ଟକୁ ଯୁବତୀ ସମ୍ପର୍କରେ ପଚରାଉଚରା କରିଥିଲେ। ହେଲେ ଏଠି କେହି ଯୁବତୀ ନାହାନ୍ତି ବୋଲ କହି ବନ୍ଦ କରି ଚାଲିଯିବାକୁ ବାହାରି ଥିଲେ।
ଘର ମଧ୍ୟରେ ଯୁବତୀଙ୍କର ଅନ୍ତବସ୍ତ୍ର ପଡ଼ିଥିବା ଦେଖି କେହି ଯୁବତୀ ଅଛି ବୋଲି ଗ୍ରାମବାସୀ ଅଡ଼ିବସି ମେଡ଼ିକାଲ ଗୃହରେ ଖୋଜା ଖୋଜି କରିଥିଲେ ଶେଷରେ ଏକ ବନ୍ଦ ଆଲମୀରା ମଧ୍ୟରୁ ଯୁବତୀକୁ ବାହାର କରିଥିବା ବେଳେ ଯୁବତୀ ଘଟଣା ସମ୍ପର୍କରେ କହିଥିଲା ଓ ପରେ ଗ୍ରାମବାସୀ ତାଙ୍କ ଘରେ ଛାଡ଼ିଦେଇଥିବା ଜଣାପଡ଼ିଛି । ତେବେ ମିଳିଥିବା ଖବର ଅନୁସାରେ ଫାର୍ମାସିଷ୍ଟି ଜଣଙ୍କ ପାଳିଆ ଅଂଚଳର ଯୁବକ ଆଦାନୀ କମ୍ପାନି ତରଫରୁ ନିଯୁକ୍ତି ପାଇ ମେଡ଼ିକାଲ ଫାର୍ମାସିଷ୍ଟ ଭାବରେ କାର୍ଯ୍ୟ କରୁଛନ୍ତି।