ଭଡ଼ା ଘରେ ଯୁବକଙ୍କ ଆତ୍ମହତ୍ୟା

ଜୟପୁର: ଜୟପୁର ଟାଉନ ଥାନା ଅନ୍ତର୍ଗତ ପାରାବେଡା ଶ୍ରୀରାମ ନଗର ଅଞ୍ଚଳରେ ଏକ ଭଡ଼ା ଘରେ ଜଣେ ଯୁବକ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମୃତକ ଜଣକ ହେଲେ ଦାମନଯୋଡି ଅଞ୍ଚଳର ଅରୁଣ ଓଝାଙ୍କ ପୁଅ ଅର୍ପଣ ଅନୁରାଗ (୨୫)। ଏନେଇ ଟାଉନ ଥାନା ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି।

ପୁଲିସ କହିବାନୁଯାୟୀ, ମୃତକ ଅନୁରାଗ ଶ୍ରୀରାମନଗରରେ ବସନ୍ତ ପଣ୍ଡାଙ୍କ ଉପର ମହଲା ଘରେ ଏକୁଟିଆ ଭାବେ ଭଡ଼ାରେ ରହୁଥିଲେ। ଗତକାଲି ରାତି ସାଢ଼େ ୮ଟା ବେଳେ ତାଙ୍କର ୨ ଜଣ ସାଙ୍ଗ ଅନୁରାଗ ପାଖକୁ ଯାଇଥିଲେ। କିନ୍ତୁ ଅନୁରାଗକୁ ସେହି କୋଠରୀରେ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ। ଫ୍ୟାନରେ ବେଡସିଡ୍ ଲାଗାଇ ଆତ୍ମହତ୍ୟା କରିଥିବା ଭାବ‌ି ଅନୁରାଗଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ଅନୁରାଗଙ୍କୁ ମୃତ ଘୋଷଣା କରିଥିଲେ। ପରିବାରବର୍ଗଙ୍କ ଅଭିଯୋଗ କ୍ରମେ ଥାନାରେ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ଓ ଶବ ବ୍ୟବଚ୍ଛେଦ କରି ମୃତଦେହକୁ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଥିବା ନେଇ ତଦନ୍ତ ଅଧିକାରୀ ଏସ୍‌ଆଇ ସଞ୍ଜିବ କୁମାର ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର