ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଜୟପୁର: ବିବାହର ପ୍ରଲୋଭନ ଦେଖାଇ ଯୁବତୀକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜୟପୁର ମହିଳା ଥାନା ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ହେଲେ ଜୟପୁର ନୂଆସାହି ଅଞ୍ଚଳର ପି.ବେହେରା (୩୦)। ବୈପାରିଗୁଡା ଥାନା ଅନ୍ତର୍ଗତ ଦିଗାପୁର ଅଞ୍ଚଳର ଜଣେ ଯୁବତୀଙ୍କୁ ଜୟପୁରର ଏହି ଯୁବକ ଜଣକ ଫେସବୁକରେ ପ୍ରଥମେ ସାଙ୍ଗ ହୋଇ‌ଥିଲ‌େ। ପରେ ସେ ବିବାହର ପ୍ରଲୋଭନ ଦେଖାଇ ଯୁବତୀକୁ ଆଣି କୁମୁଲିପୁଟର ଏକ ଭଡା ଘରେ ରଖି ଶାରୀରିକ ସ˚ପର୍କ ରଖିଥିଲେ। ପରେ କୋର୍ଟରେ ବିବାହ କରିବାକୁ କାଗଜ ପତ୍ର ଆଣିବାକୁ ଯାଉଛି କହି ସେ ଚମ୍ପଟ ମାରିଦେଇଥିଲେ। ଶେଷରେ ଅଭିଯୁକ୍ତଙ୍କ ଦେଖା ନ ମିଳିବାରୁ ଯୁବତୀ ଜଣକ ଅଗଷ୍ଟ ୧୪ ତାରିଖରେ ମହିଳା ଥାନାର ଦ୍ବାରସ୍ଥ ହୋଇଥିଲେ। ଏନେଇ ପୁଲିସ ୪୬/୨୦ ରେ ଏକ ମାମଲା ରୁଜୁ ହୋଇଛି। ସେହି ଦିନ ଠାରୁ ଯୁବକ ଫେରାର ଥିବା ବେଳେ ଆଜି ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯଇଛି। ଏହି ମାମଲାକୁ ଏସଆଇ ମିନାକ୍ଷୀ ଦଳବେହେରା ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର