କବାଟବନ୍ଧ: ଜନୈକା ଯୁବତୀଙ୍କ ଅଶ୍ଳୀଳ ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡ଼ିଥିବା ଅଭିଯୋଗରେ ଜେନାପୁର ପୁଲିସ ଆଜି ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ କୁଆଖିଆ ଥାନା ସୁଆଁସାହି ଗ୍ରାମର ଆଶିଷ କୁମାର ମଲିକ ଓରଫ ସିତୁ (୨୪)। ସଂପୃକ୍ତ ଯୁବତୀ ଏ ସଂପର୍କରେ ଜେନାପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ପୁଲିସ ନଂ.୧୫୬/୨୩ରେ ଏକ ମାମଲା ରୁଜୁକରି ଅଭିଯୁକ୍ତକୁ ଆଜି କୋର୍ଟଚାଲାଣ କରିଥିବାର ଆଇଆଇସି ଉମାକାନ୍ତ ନାୟକ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/arrest1-2.jpg)