ନାବାଳିକା ଅପହରଣ ମାମଲାରେ ଯୁବକ ଗିରଫ

ବାରିପଦା: ବାରିପଦା ଟାଉନ୍ ଥାନା ମଧୁବନ ଅଞ୍ଚଳର ଜଣେ ୧୩ ବର୍ଷିୟା ନାବାଳିକା ଅପହରଣ ମାମଲାରେ ପୁଲିସ ଅଭିଯୁକ୍ତ ନୀଳଗିରି ଥାନା ନରସିଂହପୁର ଅଞ୍ଚଳର ଅନ୍ତର୍ଯ୍ୟାମୀ ଜେନା ଓରଫ୍ କାହ୍ନା (୨୧)କୁ ଗିରଫ କରିଛି। ସୂଚନା ମୁତାବକ ନାବାଳିକା ଜଣଙ୍କ ଗତ ୧୫ ତାରିଖ ଦିନ ସନ୍ଧ୍ୟାରେ ଘରପାଖ ବୁଢାବଳଙ୍ଗ ନଦୀଘାଟକୁ ଦୁର୍ଗାମେଢ ଭସାଣି ଦେଖିବାକୁ ଯାଇଥିବା ବେଳେ, ସେଠାରୁ ଅପହରଣ ହୋଇଥିବା ନେଇ ନାବାଳିକାଙ୍କ ମାଆ ବାରିପଦା ଟାଉନ ଥାନାରେ ଗତକାଲି ଏତଲା ଦେଇଥିଲେ । ବାରିପଦା ଟାଉନଥାନା ଅଧିକାରୀ ବିରେନ୍ଦ୍ର କୁମାର ସେନାପତି ଘଟଣାର ତଦନ୍ତ କରିବା ସହିତ ଅପହରଣକାରୀକୁ ଠାବ କରିଥିଲେ। ଆଜି ଅପହରଣକାରୀ ଅନ୍ତର୍ଯ୍ୟାମୀ ଜେନା ଓରୋଫ କାହ୍ନାକୁ ଗିରଫ କରି କୋର୍ଟ ଚାଲଣ କରାଯାଇଛି।

ସମ୍ବନ୍ଧିତ ଖବର