ଅନୁଗୁଳ: ଜଣେ ନାବାଳିକାଙ୍କୁ ଅପହରଣ କରିବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅନୁଗୁଳ ଉପକଣ୍ଠ ବେନ୍ତପୁର ଗାଁର ଅଶୋକ ନାୟକ(୨୫)। ପୁଲିସ ସୂଚନା ଅନୁସାରେ, ଅଶୋକ ୨୦୧୯ ମେ’ ୨୧ ତାରିଖରେ ଜଣେ ନାବାଳିକାଙ୍କୁ ଅପହରଣ କରି ନେଇଥିଲେ। ଏଥିନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ପରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ଅଭିଯୁକ୍ତ ଧରା ପଡ଼ି ନ ଥିଲା। ଶେଷରେ ପୁଲିସ ଅଭିଯୁକ୍ତ ଅଶୋକକୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି।
ନାବାଳିକା ଅପହରଣ କରି ଯୁବକ ଗିରଫ
/sambad/media/post_attachments/wp-content/uploads/2020/12/hands-locked-in-handcuffs-felony-arrest.jpg)