ତେନ୍ତୁଳିଖୁଣ୍ଟି: ଜଣେ ନାବାଳିକାକୁ ଦୁଷ୍କର୍ମ କରିବା ଅଭିଯୋଗରେ ଦୁଇଟି ସନ୍ତାନର ପିତା ତେନ୍ତୁଳିଖୁଣ୍ଟି ପୁଲିସ ଦ୍ୱାରା ଗିରଫ ହୋଇଛି। ଦୁଷ୍କର୍ମକାରୀ ଜଣଙ୍କ ନବରଂଗପୁର ଜିଲ୍ଲା ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ କର୍ମୀଗୁଡାର ବୀରେନ୍ଦ୍ର ଖୁରା (୨୫) ବୋଲି ପୁଲିସ କହିଛି। ନାବାଳିକାକୁ ଭୟଭୀତ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗରେ ପୁଲିସ ଅଭିଯୁକ୍ତକୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠେଇଥିବା ତେନ୍ତୁଳିଖୁଣ୍ଟି ଥାନା ଅଧିକାରୀ ପ୍ରମୋଦ କୁମାର ନାୟକ ସୂଚନା ଦେଇଛନ୍ତି।
ଥାନାରେ ହୋଇଥିବା ଅଭିଯୋଗ ଅନୁସାରେ ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରୀଗୁଡା ପଂଚାୟତ ଅନ୍ତର୍ଗତ କର୍ମୀଗୁଡା ଗ୍ରାମର ବୀରେନ୍ଦ୍ର ଖୁରା ଗତ ୨୦୧୯ ଡିସେମ୍ବର ମାସ ୧୯ ତାରିଖ ରାତ୍ର ୯ ଘଣ୍ଟା ସମୟରେ ପୀଡିତାଙ୍କ ଘରକୁ ଦୁଷ୍କର୍ମ କରିଥିଲା । ଏ ବିଷୟରେ କାହାରିକୁ ଜଣେଇଲେ ଜୀବନରେ ମାରିଦେବାକୁ ଧମକ ମଧ୍ୟ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଏହାପରେ ମଧ୍ୟ ନାବାଳିକା ବହୁବାର ଦୁଷ୍କର୍ମର ଶିକାର ହୋଇଥିଲା। ପୀଡ଼ିତା ଭୟରେ କାହାରିକୁ କିଛି ଜଣେଇନଥିଲା ।
ତେବେ ପରିବାର ଲୋକେ ପରେ ଘଟଣା ସଂପର୍କରେ ଅବଗତ ହେବାରୁ ଗତକାଲି ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏତଲାକୁ ନେଇ ଥାନା ଅଧିକାରୀ ଶ୍ରୀ ନାୟକ ତଦନ୍ତ ଆରମ୍ଭ କରି ବୀରେନ୍ଦ୍ରକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଏନେଇ ଏକ ମାମଲା ରୁଜୁ ହୋଇଥୁବା ବେଳେ ଏସ.ଆଇ ପର୍ଶୁରାମ ସାହୁ କେଶର ଘଟଣାର ତଦନ୍ତ କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/minor-girl-rape-06_Thumb.jpg)