ଯାଜପୁର: ବେଆଇନ ଭାବେ କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କୁ ପ୍ରବେଶ କରିବା ପାଇଁ ବାରଣ କରିବାରୁ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରାଯାଇଛି। ଏହି ଘଟଣାରେ ପୁଲିସ ଜଣେ ଯୁଵକଙ୍କୁ ଅଟକ ରଖିଛି। ଯାଜପୁର ଟାଉନ ଥାନା ଅଧିନ ଚିତାଳୋ କଲେଜ ପରିସରକୁ ବ୍ୟାସନଗର ଅଂଚଳର ସ୍ୱରାଜ ମହାପାତ୍ର ନାମକ ଜଣେ ଅଣ ଛାତ୍ର ପ୍ରବେଶ ପାଇଁ ଉଦ୍ୟମ କରିଥିଲେ। ଏହାକୁ ଯୁକ୍ତ ଦୁଇ କଲେଜ ଅଧ୍ୟକ୍ଷ ଅଜୟ ସ୍ୱାଇଁ ବିରୋଧ କରିଥିଲେ। ଏଥିରେ ସେ ଉତକ୍ଷିପ୍ତ ହୋଇ କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରି ଲହୁ ଲୁହାଣ କରି ଦେଇଥିଲେ। ତାଙ୍କୁ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ସେ ଏବେ ସୁସ୍ଥ ଥିବା ଜଣାଯାଇଛି। ଅନ୍ୟପଟେ ଅଧ୍ୟକ୍ଷ ଏ ନେଇ ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ସଂପୃକ୍ତ ଅଣଛାତ୍ରଙ୍କୁ ଅଟକ ରଖାଯାଇ ପଚରା ଉଚୁରା କରୁଛି ଯାଜପୁର ପୁଲିସ।
କଲେଜ ଅଧ୍ୟକ୍ଷଙ୍କୁ ଆକ୍ରମଣ କରି ଯୁବକ ଥାନାରେ ଅଟକ
/sambad/media/post_attachments/wp-content/uploads/2021/09/4c1ad884-993d-4242-8b72-c1f4b5dc4aa7.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)