ପାଇକସାହି: ମଦ ପିଇବା ସମୟରେ କୁରାଢ଼ୀରେ ଆକ୍ରମଣ କରାଯିବାରୁ ଏଥିରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଦିଲୀପ ସେଠୀ (୩୧)। ଅଭିଯୁକ୍ତ କୁନା ବେହେରା (୩୫)କୁ ପୁଲିସ ଅଟକ ରଖି ପଚାରାଉଚରା କରୁଥିବା ସୂଚନା ମିଳିଛି। ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ଼ ଥାନାର ସୋମନାଥପୁର ଗ୍ରାମରେ ଏହି ଘଟଣା ଘଟିଛି।
ଠାକୁରଗଡ଼ ଥାନା ଆଇଆଇସି ପୀତାମ୍ବର ମଲ୍ଲିକ କହିଛନ୍ତି, ଆଜି ଅପରାହ୍ନ ସମୟରେ ଦିଲୀପ ସେଠୀ, କୁନା ବେହେରା ଓ ରଂଜନ ବେହେରା ମଦ ପିଇଥିଲେ। ସେମାନେ ରଂଜନଙ୍କ ଘରେ ମଦ ପିଇଥିଲେ। ମଦ ପିଇବା ସମୟରେ କୁନା ଓ ଦିଲୀପଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ କୁନା ରାଗିଯାଇ ଘରେ ଥିବା ଏକ କୁରାଢ଼ୀ ଆଣି ଦିଲୀପ ଉପରେ ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ସୂଚନା ପାଇ ଠାକୁରଗଡ଼ ପୁଲିସ ପହଂଚି ମୃତଦେହ ଜବତ କରିଛି। ଦିଲୀପଙ୍କ ବାପା ଦଳଗୋବିନ୍ଦ ସେଠୀ ଏନେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୁକ୍ତ କୁନାକୁ ପୁଲିସ ଅଟକ ରଖି ପଚାରାଉଚରା କରୁଛି।
ସୂଚନାଯୋଗ୍ୟ, ଦିଲ୍ଲୀପ ବେହେରାଙ୍କ ୨ ଜଣ ପୁଅ ଓ ଝିଅ ଅଛନ୍ତି। ମୃତ ଦିଲୀପ ସେଠୀ ଓ କୁନା ବେହେରାଙ୍କ ମଧ୍ୟରେ ପୂର୍ବରୁ ଶତ୍ରୁତା ଥିଲା। ଦିଲୀପଙ୍କୁ ହତ୍ୟା କରିବା ପାଇଁ କୁନା ସୁଯୋଗ ଖୋଜୁଥିଲା ବୋଲି ମଧ୍ୟ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/09/murder-03_Thumb.jpg)