ଜଙ୍ଗଲକୁ ଯାଇଥିଲେ ଯୁବକ, ଭାଲୁ ଆକ୍ରମଣରେ ଗୁରୁତର ପରେ ଡାକ୍ତରଖାନାରେ ଭର୍ତ୍ତି

ନବରଙ୍ଗପୁର: କୋଷାଗୁମୁଡା ବ୍ଲକ ବାଲେଗାଁ ପଞ୍ଚାୟତ ବରଗୁଡା ଗାଁର ଜଣେ ଯୁବକ ଭାଲୁ ଆକ୍ରମଣରେ ଗୁରୁତର ଭାବେ ଆହତ ହୋଇଛନ୍ତି। ଗୁରୁତର ଯୁବକ ହେଲେ ବରଗୁଡା ଗାଁର ଆଶାରାମ ଗୌଡ(୩୫)। ସେ ଅପରାହ୍ନରେ ଗାଁ ପାଖ ଜଙ୍ଗଲକୁ ଯାଇଥିବା ବେଳେ ଏକ ଭାଲୁ ଆତର୍କିତ ଭାବେ ଆକ୍ରମଣ କରିଥିଲା। ଆଶାରାମ ଚିତ୍କାର କରିବା ପରେ ଗ୍ରାମବାସୀ ଦୌଡିଆସିବା ପରେ ଭାଲୁଟି ଘଟଣାସ୍ଥଳରୁ ଦେଡିପଳାଇଥିଲା। ଆଶାରାମଙ୍କୁ କ୍ଷତାକ୍ତ ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ତାଙ୍କୁ ୧୦୮ ଆମ୍ବୁଲାନସ ଯୋଗେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର

Comments are closed.