ଜୟପୁର: ପ୍ରସାଦରାଓ ପେଟା ଆଦର୍ଶନଗର ଅଂଚଳରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ ମାରଣାସ୍ତ୍ରରେ ଆକ୍ରମଣ କରାଯାଇଥିବା ଟାଉନଥାନାରେ ଅଭିଯୋଗ ହୋଇଛି। ଏହି ମାମଲାରେ ଏହି ମାମଲାରେ ପୁଲିସ ଜଣେ ଅଭିଯୁକ୍ତ ଓଅନ୍ୟ ଜଣେ ନାବାଳକ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତକୁ କୋର୍ଟକୁ ଓ ନାବାଳକକୁ ଜୁଭେନାଇଲ୍ ଜଷ୍ଠିସ ବୋର୍ଡରେ ହାଜର କରିବା ପରେ ମାଲାକାନଗିରୀରେ ଥିବା ବାଲ ସ୍ବାଧାର କେନ୍ଦ୍ରକୁ ପଠାଇ ଦିଆଯାଇଛି।
ସୂଚନା ଅନୁଯାୟୀ, ଗତ କାଲି ରାତିରେ କରି ଢ଼େପଗୁଡାର ପିଲୁ ଭତରା(୨୧) ନିଜ ବାଇକରେ ପ୍ରସାଦ ରାଓ ପେଟା ଆଦର୍ଶନଗର ଅଂଚଳକୁ ବୁଲିବାକୁ ଯାଇଥିଲେ। ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋପବନ୍ଧୁନଗର ଅଂଚଳର ୧୫ରୁ ୨୦ଜଣ ନାବାଳକ ଓ ଯୁବକ ସଂଘବଦ୍ଧ ଭାବେ ଆସି ତାଙ୍କ ସହ ଗଣ୍ଡଗୋଳ କରିବା ସହ ଧାରୁଆ ଅସ୍ତ୍ର ଓ ଛୁରାରେ ଆକ୍ରମଣ କରିଥିଲେ। ଏଥିରେ ପିଲୁ ଗୁରୁତର ହୋଇ ପଡ଼ିଥିଲା। ତାକୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ ସଂକଟାପନ୍ନ ହେବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ଗତ କାଲି ଅଚେତ ଥିବା ବେଳେ ଆଜି ଚେତା ଆସିବା ସହ ସାମାନ୍ୟ ସୁସ୍ଥ ଥିବା ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ସଂଜୀବ ମହାନ୍ତି କହିଛନ୍ତି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ବରୁଣ ନାଗ(୨୨) ଓ ଜଣେ ନାବାଳକଙ୍କୁ ଗିରଫ କରିଥିଲା। ବରୁଣକୁ କୋର୍ଟରେ ହାଜର କରିବାରେ ବିଚାରବିଭାଗୀୟ ହାଜତ ସ୍ବତନ୍ତ୍ରକାରାଗାରକୁ ପଠାଇଦେଇଛି କୋର୍ଟ। ସେଭଳି ଜୁଭେନାଇଲ୍ ଜଷ୍ଟିସ ବୋର୍ଡରେ ନାବାଳକକୁ ହାଜର କରିବାରେ ବୋର୍ଡ ମାଲାକାନଗିରୀରେ ଥିବା ବାଲ ସ୍ବାଧାରଗୃହକୁ ପଠାଇଛି। ମୁଖ୍ୟଅଭିଯୁକ୍ତଓ ଅନ୍ୟ ସହଅଭିଯୁକ୍ତ ମାନେ ଫେରାର ଥିବା ତଦନ୍ତକାରୀ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/murder.jpg)